ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା

 ଜୟପୁର  : ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରାର ଶୁଭାରମ୍ଭ ଜିଲ୍ଲାପାଳ କୋରାପୁଟ ଭି କୀର୍ତ୍ତି ଭାସନଙ୍କ ଦ୍ୱାରା ହୋଇଯାଇଛି । ଏହି ଯାତ୍ରାରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ ଓ ୪ଟି ପୌରପାଳିକାରୁ ୧୬୮ ଜଣ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ଜୟପୁର ବ୍ଲକ ଓ ପୌରାଞ୍ଚଳରୁ ୮୧ ଜଣ ତୀର୍ଥ ଯାତ୍ରାରେ ଗସ୍ତ କରିଛନ୍ତି । ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ  ଜିଲ୍ଲାପାଳ କୋରାପୁଟ ଭି କୀର୍ତ୍ତି ଭାସନ ଯୋଗଦାନ କରି ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଉସôାହିତ କରି ଶୁଭଯାତ୍ରା ପାଇଁ କାମନା କରିଥିଲେ । ବରିଷ୍ଟ ତୀର୍ଥଯାତ୍ରୀମାନେ ବସ୍ରେ ରାୟଗଡାକୁ ଗସ୍ତ କରି ଅଯୋଧ୍ୟା ଓ ସେଠାରୁ ବାରଣାସୀ ଅଭିମୁଖେ ଯାତ୍ରା କରିବେ । ଯାତ୍ରା ସମାପ୍ତ ପରେ ଆସନ୍ତା ଶନିବାର ପ୍ରତ୍ୟାବର୍ତ୍ତନ କରିବେ ସୂଚନା ମିଳିଛି  । ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ଅଧିକାରୀ ଟଲିନା ପ୍ରଧାନୀ, ମନୋରଞ୍ଜନ ନାୟକ ଓ କନିଷ୍ଠ ସହାୟକ ଆୟୋଜନ କରିଥିଲେ  ।