ଆସିଲା ବର୍ଷା ଆଲର୍ଟ

ଆସିଲା ବର୍ଷା ଆଲର୍ଟ

ଭୁବନେଶ୍ୱର : ଆସୁଛି ବର୍ଷା  । ଆସନ୍ତା ୨୦ରୁ ୨୩ ତାରିଖ ମଧ୍ୟରେ ଉତ୍ତର ଓଡିଶାର ଅଧିକାଂଶ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା । ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା  । ୨୦ରେ ୩ ଜିଲ୍ଲାକୁ ଅରେଞ୍ଜ, ୬ ଜିଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି । ସେହିପରି ୨୧ରେ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଯାଜପୁର ଓ କଟକକୁ ଆଲର୍ଟ କରାଯାଇଛି । ୨୨ ଓ ୨୩ ତାରିଖରେ ମଧ୍ୟ ଉତ୍ତର ଓ ଉପକୂଳରେ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟାରେ ୩ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା ହେବା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ ।
ପନିପରିବା, ମୁଗ, ବିରି, ଚିନାବାଦାମ ଓ ଆଳୁ କ୍ଷେତରୁ ବର୍ଷା ଦେଖି ଜଳ ନିଷ୍କାସନ କରନ୍ତୁ । ଆଳୁ ଫସଲରେ ପତ୍ରପୋଡା ଓ ଚିନାବାଦାମରେ ଝାଉଁଳା ରୋଗ ହେବାର ଆଶଙ୍କା ରହିଛି । ସେହିପରି ସୋରିଷରେ ପାଉଁଶିଆ ରୋଗ ହୋଇପାରେ । କୃଷି ବିଭାଗ କିମ୍ବା କୃଷି ବିଜ୍ଞାନ କେନ୍ଦ୍ରର ପରାମର୍ଶ ଅନୁଯାୟୀ ରୋଗପୋକ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ ବୋଲି କୁହାଯାଇଛି ।