ବସରେ କଡାକଡି ହେବ ଅଗ୍ନି ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର : ବସରେ କଡାକଡି ହେବ ଅଗ୍ନି ସୁରକ୍ଷା ବ୍ୟବସ୍ଥା । ଏନେଇ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।
ନିକଟରେ ଘଟିଥିବା ବସ ଅଗ୍ନିକାଣ୍ଡରେ ବହୁ ଲୋକ ନିଜର ଜୀବନ ହାରି ଥିଲେ । ବସରେ କୌଣସି ଅଗ୍ନି ସୁରକ୍ଷା ବ୍ୟବସ୍ଥା ନଥିବା କାରଣରୁ ଲୋକମାନେ ସେମାନଙ୍କ ଜୀବନ ବଞ୍ଚାଇବାରେ ଅସମର୍ଥ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ଓ ଜରୁରୀ କାଳୀନ ସେବା ବିଭାଗ ତରଫରୁ ସବୁ ବସ୍ ମାଲିକ ମାନଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରତି ବସ ଷ୍ଟାଣ୍ଡରେ ଅଗ୍ନି ସୁରକ୍ଷା ପାଇଁ ହେବ ସଚେତନା କାର୍ଯ୍ୟକ୍ରମ । ବସରେ ଫାୟାର ଡ଼ିଟେକସନ ଓ ସପ୍ରେସନ ସିଷ୍ଟମ ରଖିବା ବାଧ୍ୟତାମୂଳକ । ଆପତ୍ତିକାଳୀନ ପ୍ରସ୍ଥାନ ଦ୍ୱାର ଏବଂ କାଚ ଭାଙ୍ଗିବାକୁ ହାତୁଡ଼ି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୫ ଅକ୍ଟୋବର ପରେ ପଞ୍ଜିକୃତ ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୁଳକ ହେବ ।