ବସ ଧକ୍କାରେ ବାଇକ ଚାଳକଙ୍କ ମୃତୁ୍ୟ
ରଗଡି: ଶୁକ୍ରବାର ୨୦ନଂ ଜାତୀୟ ରାଜପଥ ଅନ୍ଧାରୀ ନିକଟରେ ଏକ ଘରୋଇ ବସ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତୁ୍ୟ ଘଟିଛି । ମୃତକ କୋରେଇ ଥାନା ଅନ୍ତର୍ଗତ କାଚରା ସାହି ପଂଚାୟତ କୟାଁ ଗ୍ରାମର ଅକ୍ଷୟ ମୁଦୁଲିଙ୍କ ପୁଅ ଦୀପୁ ( ୩୪) ହୋଇଥିବା ବେଳେ ପଲସର ବାଇକରେ ଘରକୁ ଫେରୁଥିବା ବେଳେ କେନ୍ଦୁଝରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଓଡି୧୧ଏମ-୯୮୨୧ନମ୍ବର ଅମ୍ବିକା ବସ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେସେ ବାଇକ ସହ ବସର ସମ୍ମୁଖ ପଟରେ ପଶି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ରୋଡ ଡାକ୍ତରଖାନାକୁ ନିଆ ଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କୋରେଇ ପୁଲିସ ଘଟଣା ସ୍ଥଳରେ ପହଁଚି ବସକୁ ଜବତ କରି ହେପାଜତକୁ ନେଇଥିବା ବେଳେ ଶବ ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ପଠାଇ ଘଟଣାର ତଦନ୍ତ କରୁଛି । ମୃତକଙ୍କ ଗୋଟିଏ ଝିଅ ଓ ୭ମାସର ପୁଅ ରହିଛି ।