ସାମ୍ବାଦିକ ସଂଘର ବନ୍ଧୁମିଳନ
ମାଲକାନଗିରି:ମାଲକାନଗିରି ଜିଲ୍ଲା ଉକôଳ ସାମ୍ବାଦିକ ସଂଘର କୋରୁକୋଣ୍ଡା ବ୍ଲକ ଶାଖା ପକ୍ଷରୁ ଏକ ବନ୍ଧୁ ମିଳନ ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସୋରୁଲୁକୋଣ୍ଡା ଠାରେ ଥିବା ପାର୍କ ପରିସରରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଉକôଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯ?ଧନ ପାତ୍ର ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର । ଏହି ଅବସରରେ ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ଶ୍ରୀନିବାସ ପାତ୍ର, ଉପଦେଷ୍ଟା ସିମାଞ୍ଚଳ ପାଣିଗ୍ରାହୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବଦତ୍ତ ସାହୁଙ୍କ ସମେତ କୋରୁକୋଣ୍ଡା ବ୍ଲକ ଶାଖା ଓ ବିଭିନ୍ନ ବ୍ଲକ ଶାଖାର ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସଂଘ ନିର୍ବାଚନକୁ ନେଇ ଆଲୋଚନା କରଯାଇଥିଲା । ସର୍ବ ସମ୍ମତି କ୍ରମେ ଆସନ୍ତା ୩୧ ଜାନୁଆରୀରେ ଏହି ନିର୍ବାଚନ ହେବ ବୋଲି ତାରିଖ ଧାର୍ଯ୍ୟ କରଯାଇଥିଲା । ସେହିପରି ଏହି ବୈଠକରେ କୋରୁକୋଣ୍ଡା ବ୍ଲକ ଶାଖାର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସର୍ବ ସମ୍ମତି କ୍ରମେ କୋରୁକୋଣ୍ଡା ବ୍ଲକ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଶିବଦତ୍ତ ସାହୁ ଓ ସମ୍ପାଦକ ଭାବେ ଦୀପକ କୁମାର ମହାରଣାଙ୍କୁ ଚୟନ କରଯାଇଥିଲା । ତେବେ ଏହି ଅବସରରେ କୋରୁକୋଣ୍ଡା ବ୍ଲକ ଶାଖାର ନୂତନ କାର୍ଯ୍ୟଳୟ ଗୃହ ସ୍ଥାପନ ନିମନ୍ତେ ମଧ୍ୟ ଆଲୋଚନା କରଯାଇଥିଲା । ପୂର୍ବରୁ କୋରୁକୋଣ୍ଡା ବ୍ଲକ ସଦରରେ ଉକôଳ ସାମ୍ବାଦିକ ସଂଘର ଏକ ବ୍ଲକ ସ୍ତରୀୟ କାର୍ଯ୍ୟଳୟ ରହିଥିବା ବେଳେ ବ୍ଲକ ଅଧୀନରେ ଥିବା ବାଲିମେଳା ଏନ୍ଏସିରେ ନୂତନ କାର୍ଯ୍ୟଳୟ ଓ ବ୍ଲକ ସଦରରେ ସଂଘର ନିଜସ୍ୱ ଗୃହ ନିର୍ମାଣ ନିମନ୍ତେ ଆଲୋଚନା କରଯାଇଥିଲା । ଏହି ଅବସରରେ ସଂଘରେ ନୂତନ ଭାବେ ଯୋଗ ଦେଇଥିବା ୨ ଜଣ ସଦସ୍ୟ ଗୌରି ଶଙ୍କର ପଣ୍ଡା ଏବଂ ମନୋଜ କୁମାର ସାହାଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା । ପରେ ପରେ ସମସ୍ତ ସଦସ୍ୟଙ୍କ ନିମନ୍ତେ ମଧ୍ୟାନ୍ନ ଭୋଜନର ବ୍ୟବସ୍ତା କରଯାଇ କାର୍ଯ୍ୟକ୍ରମର ସମ୍ପତି କରଯାଇଥିଲା ।