ହେଲାନି ସୌରିକ ଯୁବ ମହୋସôବ: ଓଏମସିର ପକ୍ଷପାତକୁ ତୀବ୍ର ନିନ୍ଦା କଲେ ଆୟୋଜକ
ଯାଜପୁର: ସୁକିନ୍ଦା କ୍ରୋମାଇଟ ଖଣି ଅଂଚଳରେ ଦୀର୍ଘ ୯ ବର୍ଷ ଧରି ସଫଳତାର ସହିତ ସୌରିକ ଯୁବ ମହୋତ୍ସବ ପାଳନ ହେଇଆସୁଛି । ପ୍ରତିବର୍ଷ ଏହା କାଳିଆପାଣି ସ୍ଥିତ ଓଡ଼ିଶା ଖଣି ନିଗମ ଟାଉନ ସିପ କମ୍ୟୁନିଟି ସେଂଟର୍ ସମ୍ମୁଖ ପଡ଼ିଆରେ ଜାନୁଆରୀ ମାସ ୯ ତାରିଖରେ ଆରମ୍ଭ ହୋଇ ୧୩ ତାରିଖରେ ସମାପିତ ହୁଏ । ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଦିବସ ଜାନୁଆରୀ ୧୨ ତାରିଖକୁ ଆଖି ଆଗରେ ରଖି ଏହା ପାଳନ କରାଯାଏ । ଯାହା ଏକ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସୌରିକ ଅଂଚଳରେ କଳା ସଂସ୍କୃତି ଏବଂ ଐତିହର ପ୍ରଚାର ପ୍ରସାର ସହିତ ମହିଳା ସଶକ୍ତି କରଣ ଯୁବ ଛାତ୍ର ମାନଙ୍କର ପ୍ରତିଭାର ବିକାଶ ଏବଂ କୃଷକ ଶ୍ରମିକ ମାନଙ୍କୁ ଉତ୍ସାହିତ କରିବା ସହିତ ସ୍ଥାନୀୟ ଅଂଚଳରେ ସଦଭାବନା, ଶାନ୍ତି ,ମୈତ୍ରୀ ଏବଂ ଭାଇଚାରା ପ୍ରତିଷ୍ଠା ଏହି ମହୋତ୍ସବର ମୁଖ୍ୟ ଉଦେ୍ଦଶ୍ୟ ଅଟେ । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଏହା ସୁରିକ ଅଂଚଳ ଏବଂ ପଡୋଶୀ ଅଂଚଳର ଲୋକମାନଙ୍କୁ ଆମୋଦ ପ୍ରମୋଦ ପ୍ରଦାନ କରିଥାଏ । ଚଳିତ ବର୍ଷ ଦଶମ ସୌରିକ ଯୁବ ମହୋତ୍ସବ ପାଳନ ପାଇଁ କମିଟିର କର୍ମକର୍ତା ମାନେ ସମସ୍ତ ପ୍ରକାର ଆୟୋଜନ ଆରମ୍ଭ କରୁଥିବାବେଳେ ସୋରିକ ଅଂଂଚଳ ଜନସାଧାରଣ ଏହାକୁ ଉତ୍ସୁକତାର ସହିତ ଅପେକ୍ଷା କରିଥିଲେ । ମହୋତ୍ସବ ପାଇଁ ପ୍ରତିବର୍ଷ ଓଡ଼ିଶା ଖଣି ନିଗମ ସବୁ ପ୍ରକାର ସହାୟତା ପ୍ରଦାନ କରିଥାଏ ଏବଂ କାଲିଆପାଣି ଟାଉନସିପ୍ ସ୍ଥିତ ପଡ଼ିଆରେ ଆୟୋଜନ ପାଇଁ ଅନୁମତି ଦେଇଥାଏ । ମାତ୍ର ଚଳିତ ବର୍ଷ ଏହି ଉତ୍ସବ ପାଳନ ପାଇଁ ଓଡ଼ିଶା ଖଣି ନିଗମକୁ ବାରମ୍ବାର ଅନୁରୋଧ ପତ୍ର ପଠାଯାଇଥିବା ବେଳେ କତୃପକ୍ଷ ନିର୍ଦ୍ଧାରିତ ସମୟରେ ଅନୁମତି ପ୍ରଦାନ କଲେ ନାହିଁ । ଏହାର ପ୍ରତିବାଦରେ ଖଣି ଅଂଚଳରେ ଏହାକୁ ନେଇ ବାରମ୍ବାର ଆନେ୍ଦାଳନ ଏବଂ ବିକ୍ଷୋଭ ହେବାପରେ ମଧ୍ୟ ଖଣି ନିଗମ କତୃପକ୍ଷଙ୍କ ବୈମାତୃକ ମନୋଭାବକୁ ନେଇ ସୌରିକ ଅଂଚଳବାସୀଙ୍କୁ ଆଶ୍ଚର୍ଯ୍ୟ ଓ ମର୍ମାହତ କରିଛି । ଅନ୍ୟପକ୍ଷରେ ରାଜନୈତିକ ଚାପରେ ଓଏମସି କର୍ତୃପକ୍ଷ ସେହି ସମୟରେ ନୂଆ ହୋଇ ଗଢ଼ାହୋଇଥିବା ଅନ୍ୟ ଏକ ସଂସ୍ଥାକୁ ଉତ୍ସବ ଆୟୋଜନ ପାଇଁ ଅନୁମତି ଦେବା ସ୍ଥାନୀୟ ଜନସାଧାରଣଙ୍କୁ ଆଘାତ ଦେଇଛି । ଅତୀତରେ ଖଣି ନିଗମ ପକ୍ଷରୁ ହୋଇଥିବା ସମସ୍ତ ପଲ୍ଲୀ ସଭା ଏବଂ ଜନଶୁଣାଣୀରେ ସୌରିକ ଅଂଚଳ ବାସୀ ଅକୁଣ୍ଠ ସମର୍ଥନ ଦେଇଥିବା ବେଳେ ଖଣି ନିଗମଙ୍କ ଏତାଦୃଶ ନିଷ୍ପତିକୁ ଏକ ପ୍ରେସ ବିବୃତିରେ ସୌରିକ ଯୁବ ମହୋତ୍ସବର ସମ୍ପାଦିକା ତଥା ଜିଲ୍ଲାପରିଷଦ ସଭ୍ୟା ଜେମାଚାଖି, ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୂର ସଂଘର ସାଧାରଣ ସମ୍ପାଦକ ଭାରତ ଚନ୍ଦ୍ର ମହନ୍ତ ,ଉପସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, ସରପଂଚ ବିକାଶ କୁମାର ପାତ୍ର, ରାଜାରାଣୀ ଦେହୁରୀ, କନକଲତା ସର୍ଦ୍ଦାର, ସଞ୍ଜୟ କୁମାର ପରିଡ଼ା, ସମିତିସଭ୍ୟ ସାଲୁକା ହନାଗା,ନିତିମା ମୁଣ୍ଡା, ସମ୍ବରା ମୁଣ୍ଡା, ପୂର୍ବତନ ପଂଚାୟତ ସମିତି ଅଧକ୍ଷା ଭଗବତୀ ମହାନ୍ତ, ପୂର୍ବତନ ସରପଂଚ ଆଶିଷ କୁମାର ଜେନା, ବିଶ୍ୱଜିତ୍ ମହାନ୍ତି, ଶ୍ରମିକ ନେତା ବୈକୁଣ୍ଠ ମହାନ୍ତ, ଅଜୟ କୁମାର ନାୟକ, ମନୋଜ କୁମାର ମେଲଶାଣ୍ଡି, ସୁଶାନ୍ତ ପ୍ରଧାନ ଏବଂ ବଳରାମ ଦାସ ପ୍ରମୁଖ ନିନ୍ଦା କରିଛନ୍ତି ।