ବହିଷ୍କୃତ ପରେ ପ୍ରତିକ୍ରିୟା ରଖିଲେ ମୋକିମ୍‌ 

ବହିଷ୍କୃତ ପରେ ପ୍ରତିକ୍ରିୟା ରଖିଲେ ମୋକିମ୍‌ 

ଭୁବନେଶ୍ୱର : କଂଗ୍ରେସରୁ ବହିଷ୍କୃତ ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଟ କଂଗ୍ରେସ ନେତା ମହମ୍ମଦ ମୋକିମ୍‌ । ପ୍ରତିକ୍ରିୟରେ ସେ କହିଛନ୍ତି, ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛି । କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି, କିନ୍ତୁ ମୋ ବିଚାରଧାରା କଂଗ୍ରେସ ସହ ଅଛି । ମୋ ବିଚାରଧାରାରୁ କଂଗ୍ରେସରୁୁ କେହି ଦୂରେଇ ପାରିବେନି । କଂଗ୍ରେସ ସହ ଅଛି, ଥିଲି ଏବଂ ରହିବି । ଦଳକୁ ମୁଁ ଆଇନା ଦେଖାଇବାର ସାହସ ରଖିଛି । ରାହୁଲ ଗାନ୍ଧୀ ଆମର ସର୍ବୋଚ୍ଚ ନେତା, ସେ ଭୁଲ କଲେ ବି କହିବାର ଅଧିକାର ଅଛି । ରାହୁଲ ସବୁବେଳେ କୁହନ୍ତି ଡର ନାହିଁ, ନିଜର ପକ୍ଷ ରଖ । ସେଥିପାଇଁ ନଡରି ନିଜର ମତ ରଖିଥିଲି । ମୋ ବିଚାରଧାରାକୁ କଂଗ୍ରେସକୁ କେହି ଦୂରେଇ ପାରିବେନି । ଭାବିଥିଲି କଂଗ୍ରେସ ସୁଧାର ଆଣିବ, କିନ୍ତୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଦଳକୁ ଆଇନ ଦେଖାଇବାରୁ ଯଦି କାର୍ଯ୍ୟାନୁଷ୍ଠାନ ହୋଇଛି, ଏହାକୁ ଗ୍ରହଣ କରୁଛି ।

   କଂଗ୍ରେସରୁ ବହିଷ୍କୃତ ହେବା ପରେ ବି ରାଜନୀତି ଜାରି ରଖିବେ ଏବଂ କଟକରେ ଲୋକଙ୍କ ସେବା କରିବେ ବୋଲି ମୋକିମ୍‌ କହିଛନ୍ତି । ୨୪ଘଣ୍ଟା ସମାଜ ପାଇଁ କାମ କରିବି, ରାଜନୀତି ଗୋଟିଏ ପ୍ଲାଟଫର୍ମ । ଆଗକୁ ରାଜନୀତି ଜାରି ରହିବ, ଏଥିରେ ବିରାମ ନାହିଁ । ସମର୍ଥକ ଏବଂ ଶୁଭେଚ୍ଛୁଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବି । ଯାହା ଚିଠିରେ କହିଛି ସେଥିରେ ଅନୁଶୋଚନା ନାହିଁ, ଆଗକୁ କଂଗ୍ରେସ ପାଇଁ ଭଲ ହେବ ।

    ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଚିଠି ଲେଖାଯାଇଥିଲା । ଏଥିରେ ଏଆଇସିସି ମୋହର ମାରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ  ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି । ମହମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଥିଲେ।  କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ ମୋକିମ୍।