ପ୍ରଶାନ୍ତ ଜଗଦ୍ଦେବ ଆଗୁଆ
ElectionResult
ଭୁବନେଶ୍ୱର : ଖୋର୍ଦ୍ଧା ରାଜନୀତି ଉପରେ ସମସ୍ତଙ୍କ ନଜର ରହିଥିଲା । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧାରେ ଆଗରେ ରହିଛନ୍ତି । ଖୋର୍ଦ୍ଧାରେ ଗଣେଶ ଜଗଦ୍ଦେବଙ୍କ ସହ ରାଜେନ୍ଦ୍ର ସାହୁଙ୍କର କଡ଼ା ଟକ୍ଟର ହେଉଥିଲା । ଏଯାଏଁ ୭୩ ଆସନର ଟ୍ରେଣ୍ଡ ଆସିଛି । ଯେଉଁଥିରେକି ବିଜେଡ଼ି ୩୬ ଆସନରେ ଆଗରେ ଥିବାବେଳେ ବିଜେପି ୩୦ ଆସନରେ ଆଗୁଆ ରହିଛି । ତେବେ କଂଗ୍ରେସ ୫ ଆସନରେ ଆଗୁଆ ଥିବାବେଳେ ଅନ୍ୟମାନେ ୨ ଆସନରେ ଅଗ୍ରଣୀ ଲାଭ କରିଛନ୍ତି । ବିଜେଡ଼ି ଓ ବିଜେପି କଡ଼ା ଟକ୍କର ହେଉଥିବାବେଳେ ଆଗକୁ ଟ୍ରେଣ୍ଡ କ’ଣ ରହୁଛି ତାହା ଉପରେ ନଜର ରହିଛି । ଏଯାବତ ବିଜେପି ୪୫% ଭୋଟ ପାଇଥିବାବେଳେ ବିଜେଡ଼ି ୩୫% ଭୋଟ ପାଇଛି ।
ବିଜେପିର ହେଭିୱେଟ ନେତାମାନେ ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଆଗରେ ରହିଛନ୍ତି । ଯେତେବେଳେକି ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ, ପୁରୀରେ ସମ୍ବିତ ପାତ୍ର, କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ଆଗରେ ରହିଛନ୍ତି । ଅପରପକ୍ଷରେ କେନ୍ଦୁଝରରେ ଅନନ୍ତ ନାୟକ, ସୁନ୍ଦରଗଡ଼ରୁ ଜୁଏଲ ଓରାମ୍ ଆଗରେ ଥିବାବେଳେ ବରଗଡ଼ରେ ପ୍ରଦୀପ ପୁରୋହିତ ମଧ୍ୟ ଆଗରେ ଅଛନ୍ତି । ବିଜେପିର ଏଭଳି ପ୍ରଦର୍ଶନ ଏବେ ବିଜେଡ଼ି ଶିବିରରେ ନିରାଶ ଖେଳାଇ ଦେଇଛି । ତେବେ ଏବେ ପ୍ରାରମ୍ଭିକ ଟ୍ରେଣ୍ଡ ଚାଲିଥିବାରୁ ଦିନ ୧ଟା ବେଳକୁ ହିଁ ପ୍ରକୃତ ଟ୍ରେଣ୍ଡ ଆସିପାରିବ ବୋଲି ଆଶା କରାଯାଉଛି ।