ବହୁମୁଖୀ ଶିକ୍ଷାରେ ଦକ୍ଷତା ପାଇଁ ଶିବାନୀଙ୍କୁ ଡକ୍ଟରେଟ
ଭୁବନେଶ୍ୱର : ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଶିବାନୀ ଜେନା ସାମନ୍ତଙ୍କୁ ଡକ୍ଟରେଟ ସମ୍ମାନରେ ସମ୍ମାନିତ କରାଯାଇଛି । ବହୁମୁଖୀ ଶିକ୍ଷାରେ ଦକ୍ଷତା ପାଇଁ ପବିତ୍ର ତାଜ ଭିଭାନ୍ତ ଠାରେ ଆଲେନସ ଆମେରିକାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡ଼କ୍ଟର ଉପାଧିରେ ଭୂଷିତ କରାଯାଇଛି । ଓଡ଼ିଆ ଭାଷା ସାହିତ୍ୟରେ କାଳଭୂଷଣ ଉପାଧି ପ୍ରାପ୍ତ । ଅକ୍ଷୟ ତୃତୀୟାରେ ଲାବଣ୍ୟବତୀ କାବ୍ୟର ଭାଷା ଚର୍ଚ୍ଚା ଓ ଭଂଜିୟ କାବ୍ୟ ବିଭବ ଏକ ସମାଲୋଚନା ପୁସ୍ତକ ପାଇ ବେଶ ପାଠକୀୟ ଆଦୃତି ଲାଭ କରିଥିଲେ । ତାଙ୍କ ଲେଖନୀରୁ ଭାଷା ସାହିତ୍ୟ ସମ୍ବନ୍ଧୀୟ ନିବନ୍ଧ, କବିତା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଛି । ବହୁମୁଖୀ ଶିକ୍ଷାରେ ଦକ୍ଷତା ପାଇଁ ତାଜ ଭିଭାନ୍ତ ଠାରେ ଆଲେନସ ଆମେରିକାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡ଼କ୍ଟର ଉପାଧିରେ ଭୂଷିତ କରାଯାଇଛି । ଏସିଆ ଓ ଆଫ୍ରିକାର ପ୍ରତିନିଧି ଡ଼ ଏଗ୍ନୀଶ ଲାଲାନି, ଡ଼ ହେନେରିକ, ଡ଼ ମଞ୍ଜୁସା ମୁଖାର୍ଜୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବାନୀ ଜେନାଙ୍କୁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରିଥିଲେ ।