ବାତ୍ୟା ପରେ ବନ୍ୟା ସ୍ଥିତି ତଳିଆ ଅଂଚଳରେ ପଶିଲା ପାଣି
ଭୁବନେଶ୍ୱର - ବାତ୍ୟା ପରେ ବନ୍ୟା ସ୍ଥିତି । ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ମୟୂରଭଞ୍ଜରେ ତଳିଆ ଅଞ୍ଚଳରେ ପଶିଛି ପାଣି । ବଢୁଛି ବୈତରଣୀ ଜଳସ୍ତର । ଆଖୁଆପଦାରେ ବୈତରଣୀ ଦିନ ୯ ସୁଦ୍ଧା ୧୭.୪୬ ମିଟର ଅଛି । ଯାହା ବୃଦ୍ଧି ପାଉଛି । ସତର୍କ ସଙ୍କେତ ୧୭.୮୩ ମିଟର ଓ ବିପଦ ସଂକେତ ହେଉଛି ୧୮.୩୩ ମିଟର । ତେବେ ଆଗକୁ ଜଳସ୍ତର କମିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ । ସେପଟେ ଶିମିଳିପାଳରେ ବର୍ଷା ହେବାରୁ ବୁଢାବଳଙ୍ଗର ଜଳସ୍ତର ବଢିଛି । ଗୋବିନ୍ଦପୁରରେ ବିପଦ ସଂକେତ ୮.୧୩ ମିଟର ଥିବା ବେଳେ ଏବେ ଜଳସ୍ତର ବିପଦ ସଂକେତ ତଳେ ରହିଛି । ପ୍ରଭାବରେ ମୟୁରଭଞ୍ଜର ଗୋଟିଏ ଗାଁ ବିଛିନ୍ନ ହୋଇଛି । ସେହିପରି କାଂଶବାଂଶରେ ଜଳସ୍ତର ବଢିବା ଯୋଗୁଁ ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, ଔପଦା, ଖଇରା, ନୀଳଗିରିରେ ଅଂଚଳରେ ପାଣି ପଶିଛି । ବାଲେଶ୍ୱରର ରେମୁଣା ଓ ସଦର ବ୍ଲକର ତଳିଆ ଗାଁରେ ପାଣି ପଶିଥିବା ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି ।