ବାବା ବଳିଆଙ୍କ ସାନ୍ନିଧ୍ୟ ଉତ୍ସବ

 ନାଉଗାଁ: ନାଉଗାଁ ବ୍ଲକ ଅନ୍ତର୍ଗତ ଅନନ୍ତ ବଳିଆ ପରିବାର ନାଉଗାଁ ଶାଖା ଆନୁକୂଲ୍ୟରେ ଶିଖର ଘାଟ ଆଶ୍ରମରେ ସଦଗୁରୁ ସାନ୍ନିଧ୍ୟ ଉସôବ ଅନୁଷ୍ଠିତ ହୋଇଯାଇଛି  । ଉକ୍ତ ଉସôବରେ ସଦଗୁରୁ ପଦ୍ମଶ୍ରୀ ବାବା ବଳିଆ ଯୋଗ ଦେଇ ଆର୍ଶୀବଚନ ପ୍ରଦାନ କରିଥିଲେ  । ଆଗାମୀ ଯୁବପିଢ଼ି ପଥ ଭ୍ରଷ୍ଟ ନ ହୋଇ ନିଶା, ମଦଠାରୁ ଦୂରେଇ ରହି ସମାଜ ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଓ ପରିବେଶର ସନ୍ତୁଳନ ରକ୍ଷା କରିବାକୁ ବୃକ୍ଷରୋପଣ କରିବା ସହିତ ସୁସ୍ଥ ସମାଜ ଗଠନ ଉପରେ ଗୁରୁତ୍ୱ ଦେଇଥିଲେ  । ପିତାମାତା ଆଦ୍ୟଗୁରୁ ସେମାନଙ୍କ ପାଇଁ ଭକ୍ତି, ଭଲ ପାଇବା ଓ କର୍ତ୍ତବ୍ୟ ପାଳନ କରିବାକୁ ପରାମର୍ଶ ଦେଇଥିଲେ  । ପରେ ପୂଜ୍ୟ ପୂଜା କାର୍ଯ୍ୟ କ୍ରମରେ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବୟୋଜ୍ୟେଷ୍ଠ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ବାବାଙ୍କ ଦ୍ୱାରା ମାନପତ୍ର ଉପଢୌକନ ଓ ଗଛ ଚାରା ବଣ୍ଟନ କରାଯାଇ ସମ୍ବୋର୍ଦ୍ଧିତ କରାଯାଇଥିଲା  । ରାତିରେ ଗାୟକ ଅଭିମନୁ୍ୟ ନାୟକଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା  । ତିନିଦିନ ବ୍ୟାପି ଏହି କାର୍ଯ୍ୟକ୍ରମରେ ଆଶ୍ରମର ମାତା ଓ ଗୁରୁଭାଇ ଅକ୍ଷୟ ଭାଇ, କୁନା ଭାଇ, ଦିଲୁ ଭାଇ, ସମୀର ଭାଇ, ଜାପୁ ଭାଇ ନଖିଆ ଭାଇ, ଭାଗୁ ଭାଇ, ମଳୟ ଭାଇ, ରୀନା ଅପା ଓ ସମସ୍ତ ଗୁରୁଭାଇ ଭଉଣୀମାନେ ଯୋଗ ଦେଇ ସହଯୋଗ କରିଥିଲେ  ।