ବାଲି ଚୋରି ପାଇଁ ନଦୀରେ ନିର୍ମାଣ ହେଉଛି ରାସ୍ତା
ନିଆଳି: ନିଆଳି ତହସିଲ ଅଧିନସ୍ଥ ଏକବରୁଆଁ ପଂଚାୟତ ନାଟି ବାଲି ଘାଟଟି ଦୀର୍ଘ ଦିନ ହେବ ବନ୍ଦ ହୋଇ ରହିଛି । ବାଲି ଘାଟ ମାଲିକ ଲିଜ୍ ଥିବା ଜାଗାରୁ ବାଲି ଖୋଳି ସାରି ଦେଇଥିବା ବେଳେ ଏବେ ଉକ୍ତ ବାଲି ଘାଟକୁ ଖୋଲି ଲିଜ୍ ନେଇଥିବା ସୀମା ବାହାରୁ ବାଲି ଚୋରି କରି ନେବା ନିମନ୍ତେ ନଦୀରେ ଏକ ରାସ୍ତା ନିର୍ମାଣ କରୁଛି । ଏହି ଖବର ଜିଲ୍ଲା ମାଇନ୍ସ ବିଭାଗ ପାଇବା ପରେ ମାଇନ୍ସ ବିଭାଗ ଓ ନିଆଳି ପୁଲିସ ଉକ୍ତ ଘାଟରେ ଚଢ଼ାଉ କରି ସୀମା ଧାର୍ଯ୍ୟ କରିଛନ୍ତି । ଖୋଦ୍ ନିଆଳି ବିଧାୟକ ଛବି ମଲିକ ବାଲି ଚୋରା ଚାଲାଣ ଉପରେ ଦୃଢ଼ ପଦକ୍ଷେପ ନେବାକୁ ପ୍ରଶାସନକୁ ନିଦେ୍ର୍ଦଶ ଦେଉଥିବା ବେଳେ ତାଙ୍କ ଦଳର କୁଜି ନେତାମାନେ ଉକ୍ତ ଘାଟରେ ଗଦା ହୋଇଥିବା ବାଲିକୁ ମାଇନ୍ସ ବିଭାଗ ଜବତ କରିଥିବା ସତ୍ତ୍ୱେ ଏହି ଗଦାରୁ ଶହେରୁ ଊଦ୍ଧ୍ୱର୍ ଟ୍ରିପ ବାଲି ରାତି ଅଧରେ ବିକ୍ରି କରିସାରିଲେଣି । ଶାସକ ଦଳର ଛତ୍ରଛାୟା ତଳେ ରହି ବାଲି ଚୋରାଚାଲାଣ କରିବା ନିମନ୍ତେ ନଦୀରେ ରାସ୍ତା ନିର୍ମାଣ କରିବାରେ ଲାଗିଛନ୍ତି । ଅଞ୍ଚଳବାସୀ କିଭଳି ବିରୋଧ ନ କରିବେ ସେଥି ନିମନ୍ତେ ଗ୍ରାମବାସୀଙ୍କୁ ସରକାରୀ କାମ ଓ ଆର୍ଥôକ ସହାୟତା ଭଳି ଅଭିଯୋଗ ଦିଆଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଚୋରା ବାଲି ଘାଟକୁ ବନ୍ଦ କରି ନିଲାମ ହେଉଥିବା ବାଲି ଘାଟରୁ କିଭଳି ବାଲି ଚୋରାଚାଲାଣ କରିବେ ଦଳୀୟ କର୍ମୀ ? ଏଭଳି କାର୍ଯ୍ୟ ପାଇଁ ହାଟ ମାଲିକଙ୍କ ବିରୋଧରେ ଜିଲ୍ଲା ମାଇନ୍ସ ବିଭାଗ, ତହସିଲଦାର ଓ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।