ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ସରକାରୀ ଉଚ୍ଚବିଦ୍ୟାଳୟ ପକ୍ଷରୁ ସୋମବାର ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟରେ ଏକ ସଚେତନତା ସଭା ଅନୁଷ୍ଠିତ କରି ଶୋଭାଯାତ୍ରା ବଜାର ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ସ୍ଲୋଗାନ ପ୍ରଦାନ କରି ନିଆରା ଢଙ୍ଗରେ ଲୋକ ମାନଙ୍କୁ ସଚେତନ କରାଇଥିଲେ । ହେଲମେଟ୍ ପିନ୍ଧି ନଥିବା ଲୋକ ମାନଙ୍କୁ ହେଲମେଟ୍ ପିନ୍ଧାଇବା ସହ ଗୋଲାପ ଫୁଲ ପ୍ରଦାନ କରି ହେଲମେଟ୍ ପିନ୍ଧି ବା ପାଇଁ ଅନୁରୋଧ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ତପଜା ସାହୁ, ବର୍ଷା ପ୍ରିୟଦର୍ଶିନୀ ମଲ୍ଲିକ, ବିଷ୍ଣୁପ୍ରିୟା ଯେନା, ବର୍ଷା ରାଣୀ ପଲକ, ଗଙ୍ଗାଧର ଦଳେଇ, ନରେନ୍ଦ୍ର ନାୟକ, ଚନ୍ଦ୍ରଶେଖର ପାତ୍ର ପ୍ରମୁଖ ଲୋକ ମାନଙ୍କୁ ଟ୍ରାଫିକ ନିୟମ ମାନିବା, ମଦ୍ୟପାନ ନ କରିବା,ଗାଡି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ନକରିବା, ସିଟ୍ ବେଲ୍ଟ ବାନ୍ଧିବା, ହେଲମେଟ୍ ବ୍ୟବହାର କରିବା ଉପରେ ଲୋକ ମାନଙ୍କୁ ବୁଝାଇଥିଲେ । ଏନ୍ ସି ସି ଶିକ୍ଷକ ମାନସ କୁମାର ସାହୁ ସମସ୍ତ କାର୍ଯ୍ୟକୁ ପରିଚାଳନା କରି ଛାତ୍ରୀ ଛାତ୍ର ମାନଙ୍କୁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ ।