ଦେବେନ୍ଦ୍ରଙ୍କ ବିୟୋଗରେ ସମବେଦନା ଜଣାଇଲେ ଅଜୟ
ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ସ୍ୱର୍ଗତ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତର ପାଞ୍ଚ ଦିନ ବିତିଯାଇଛି । ଆଜି ନିଆଳିସ୍ଥିତ ବାସଭବନରେ ପହଞ୍ଚôଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ ଲାଲୁ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀ ଲାଲୁ ସ୍ୱର୍ଗତ ଶର୍ମାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିବା ବେଳେ ସ୍ୱର୍ଗତ ଶର୍ମାଙ୍କ ଧର୍ମପନôୀ ଅନିତା ଶର୍ମା ଓ ତାଙ୍କ ଝିଅ ଦେବସ୍ମିତା ଶର୍ମାଙ୍କ ପରିବାର ସହିତ ପୂରା କଂଗ୍ରେସ ଛିଡା ହୋଇଛି ବୋଲି ଶ୍ରୀ ଲାଲୁ କହିଛନ୍ତି । ସ୍ୱର୍ଗତ ଦେବେନ୍ଦ୍ର ଶର୍ମାଙ୍କ ଘନିଷ୍ଠ ବନ୍ଧୁ ସହଯୋଗୀ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟଜ ଶର୍ମାଙ୍କ ବାସଭବନରେ ପହଞ୍ଚô ଗଭୀର ସମବେଦନା ଜଣାଇଛନ୍ତି । ପରେ ପରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥିନୀ ତଥା ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ପହଞ୍ଚô ଶ୍ରୀ ଶର୍ମାଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ରାଜ୍ୟପ୍ରଭାରୀ କଂଗ୍ରେସ କର୍ମୀ ମାନଙ୍କୁ ଏ ଦୁଖଃଦ ସମୟରେ ସମବେଦନା ଜଣାଇବା ସହିତ ସ୍ୱର୍ଗତ ଶର୍ମାଙ୍କ ପଥ ଅନୁସରଣ କରି ଚାଲିବା ପାଇଁ କହିଛନ୍ତି । ସେହିପରି ତାଙ୍କ ବାସଭବନରେ ପହଁଚି ସମବେଦନା ଜଣାଇଲେ ବରୀ ଡେରାବିଶର ପୂର୍ବତନ ବିଧାୟକ ଚିନ୍ମୟ ବେହେରା, ପିସିସିର ରାଜ୍ୟ ସାଧାରଣ ସମ୍ପାଦକ ସଂଗ୍ରାମ କୁମାର, ଜିଲ୍ଲା ପୂର୍ବତନ ନଗର ପାଳ ଆକବର ଅଲ୍ଲୀ, ଜିଲ୍ଲା ସହ ସଂଯୋଜକ ପ୍ରଫୁଲ ଦାସଙ୍କ ସମେତ ଅନେକ ବରିଷ୍ଠ ନେତୃ ମଣ୍ଡଳୀ ପହଁଚି ସମବେଦନା ଜଣାଇଥିଲେ ।