ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣ
ବନ୍ତ: ବନ୍ତ ବ୍ଲକ୍ ରାମକୃଷପୁର ପଞ୍ଚାୟତ ସ୍ଥିତ ବାଲୁକେଶ୍ୱର ସରକାରୀ ଉପ୍ରା ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନିରୁଦ୍ଧ ମଙ୍ଗଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ପ୍ରାକ୍ତନ ଶିକ୍ଷାବିତ୍ ସନାତନ ପେଡି, ମୁଖ୍ୟ ବକ୍ତା ପ୍ରାକ୍ତନ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ନିଗମାନନ୍ଦ ମିଶ୍ର, ସମ୍ମାନିତଅତିଥି ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର ରାଉତ, କରୁଣାକର ନାୟକ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ ମଲ୍ଲିକ, ଶିକ୍ଷାବିତ୍ ପଦ୍ମନାଭ ବିନ୍ଧାଣି, ଶରତ ନାୟକ, ପ୍ରାକ୍ତନ ଓଷ୍ଟା ସମ୍ପାଦକ ନରେନ୍ଦ୍ର କୁମାର ସାହୁ, ସନ୍ଦ୍ୟରାଣୀ ମହାନ୍ତି, ତପସ୍ୱିନୀ ପହି ପ୍ରମୁଖ ଉପସ୍ଥିତ ରହି ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଶିକ୍ଷା ହିଁ ବିକାଶର ମୂଳ ମନ୍ତ୍ର ବୋଲି ଅତିଥି କହିଥିଲେ । ଏହି ବିଦ୍ୟାଳୟର ବିଭିନ୍ନ କ୍ରୀଡାରେ ପ୍ରାୟ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦ରୁ ଅଧିକ ଜଣ ଛାତ୍ର ଛାତ୍ରୀଙ୍କୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଚୟନ କରାଯାଇ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ଅତିଥି । କାର୍ଯ୍ୟକ୍ରମରେ ଶିକ୍ଷକ ରଶ୍ମିଞ୍ଜନ ସାହୁ ବାର୍ଷିକ ବିବରଣୀ, ଅତିଥି ପରିଚୟ ପ୍ରକାଶ କୁମାର ଜେନା ପ୍ରଦାନ କରିଥିବା ବେଳେ, ଦିବାକର ଭଞ୍ଜ ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପୁଷ୍ପ ଲତା ଶଙ୍ଖୁଆ, ହରପ୍ରିୟା ଦେହୁରୀ, ଦେବବ୍ରତ ପାଢ଼ୀ, ମହେଶ୍ୱତା ମଲ୍ଲିକ, ମୋନାଲିସା ନାୟକ, ସୁଧୀର ସାହୁ, କାନ୍ହଚରଣ ସେଠି, ବିଷ୍ଣୁ ନାରାୟଣ ପରିଡା, ମନୋରଞ୍ଜନ ମଲ୍ଲିକ, ମିନତୀ ସାହୁ ସମେତ ପରିଚାଳନାର ସମସ୍ତ ସଦସ୍ୟ, ସଦସ୍ୟା ପ୍ରମୁଖ ସହଯୋଗ କରିଥିଲେ ।