ଯାଜପୁରରେ ହେବ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ  ,ୟୁଜିସି ଅଧ୍ୟକ୍ଷଙ୍କ ସହ ସାଂସଦଙ୍କ ଆଲୋଚନା


ାା ପ୍ରଭାନୁ୍ୟଜ ।ା ବରୁଅାଁ:  ଗୌତମ ବୁଦ୍ଧ ଐତିହାସିକ ତଥ୍ୟ ଓ ଗବେଷଣାକୁ ଆଧାର କରି ଯାଜପୁର ଜିଲ୍ଲାରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯାଜପୁର ଲୋକସଭା ସାଂସଦ ଡ.ରବିନ୍ଦ୍ର ନାରାୟଣ ବେହେରା ନୂଆଦିଲ୍ଲୀରେ ୟୁଜିସି ଅଧ୍ୟକ୍ଷ ଏମ୍. ଜଗଦିଶ୍ କୁମାରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ୟୁଜିସି ଅଧ୍ୟକ୍ଷ ଏହି ଦାବିପ୍ରତି ଅନୁସଂନ୍ଧାନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ସାଂସଦ ଶ୍ରୀ ବେହେରାଙ୍କୁ କହିଥିବା ଜଣାଯାଇଛି । ପ୍ରକାଶ ଥାଉକି ଯାଜପୁର ଜିଲାର ଲାଙ୍ଗୁଡି, କାଏମା, ରନôଗିରି, ଲଳିତଗିରି, ଜାହ୍ନଗିରି, ବଜ୍ରଗିରି ପ୍ରବୃତି ସ୍ଥାନରେ ଐତିହାସିକ ବୁଦ୍ଧପୀଠ ଓ ବିହାରମାନ ରହିଛି । ଏହି ବୁଦ୍ଧପୀଠ ମାନଙ୍କରେ ବୌଦ୍ଧବିହାର ସହ ବହୁ ଗବେଷଣାତ୍ମକ ତଥ୍ୟ ରହିଛି । ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ଯାଜପୁରର ଆଧ୍ୟାତ୍ମିକ, ନୌବାଣିଜ୍ୟ, ସାଂସ୍କୃତିକ ତଥା ଅର୍ଥନୈତିକ ବିକାଶରେ ସହାୟକ ହେବ । ବିଶେଷକରି ବୌଦ୍ଧଧର୍ମ ଉପରେ ଗବେଷଣା କରିବାକୁ ଦେଶ ଏବଂ ବିଦେଶରୁ ବହୁ ଛାତ୍ରଛାତ୍ରୀ ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାର ସୁଯୋଗ ପାଇବେ ।