‘ବିକଶିତ ଗାଁ ବିକଶିତ ଓଡିଶା’ ପାଇଁ ଗ୍ରାମ ସଭା
ସିଂହପୁର: ରାଜ୍ୟ ସରକାରଙ୍କ ନୂତନ ଯୋଜନା ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ପାଇଁ ଆଜି ସ୍ୱତନ୍ତ୍ର ଗ୍ରାମ ସଭା ବିଭିନ୍ନ ପଂଚାୟତ ଗୁଡିକରେ ଅନୁଷ୍ଠିତ ହୋଇଯାଇଛି । ବିଞ୍ଝାରପୁର ବ୍ଲକର ୨୯ଟି ପଂଚାୟତରେ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଥିବା ନେଇ ବିଡ଼ିଓ ହିତାଂଶୁ ଶେଖର ସାମଲ ସୂଚନା ଦେଇଛନ୍ତି । ଶାସନ୍ଦା ଠାରେ ସରପଂଚ କାମଦେବ ଧଳ, ଅରେଇ ଠାରେ ସରପଂଚ ସ୍ମୃତି ସମୀକ୍ଷା ମଲିକ, ବିଞ୍ଝାରପୁର ଠାରେ ସରପଂଚ ଆଶାଲତା ସାହୁ, କଏଣା ରଘୁନାଥପୁର ଠାରେ ସରପଂଚ ନିଶିପ୍ରଭା ଜେନା, ବଚୋଳ ଠାରେ ସରପଂଚ କଳ୍ପନା ବେହେରା, ଅଳକୁଣ୍ଡ ଠାରେ ସରପଂଚ ସୁଶାନ୍ତ ଦାସ, ଉତରକୂଳ ଠାରେ ସରପଂଚ ପ୍ରୀତିକ୍ରୀଷ୍ଣା ଜେନା ପ୍ରମୁଖଙ୍କ ଅଧ୍ୟକ୍ଷତାରେ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା । ଆଗାମୀ ୫ବର୍ଷ ନିମନ୍ତେ ପ୍ରକଳ୍ପ ପାଇଁ ଗ୍ରାମ ସଭାରେ ଖସଡ଼ା ପ୍ରସ୍ତୁତ କରାଯାଇଥିଲା ।