ପିପିଏଲ ପକ୍ଷରୁ ‘ଏକ ପେଡ୍ ମା କେ ନାମ’ ଅଭିଯାନ
ପାରାଦୀପ : ପାରାଦୀପ ଫସ୍ଫେଟସ୍ ଲିମିଟେଡ (ପିପିଏଲ) ପକ୍ଷରୁ ପ୍ଲାଣ୍ଟ ପରିସରରେ ବୃକ୍ଷ ରୋପଣ ଅଭିଯାନ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିନ ମହାଆଡମ୍ବରରେ ପାଳନ କରାଯାଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେପ୍ଟେମ୍ବର ୧୭ ତାରିଖ ପଧାନମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିବସରେ ରାଜ୍ୟରେ ୭୫ ଲକ୍ଷ ଚାରା ରୋପଣ କରିବା ପାଇଁ ଘୋଷଣା କରିଥିବା ପରିପ୍ରେକ୍ଷୀରେ ଉକ୍ତ କାର୍ଯ୍ୟକ୍ରମରେ ପିପିଏଲ ସକ୍ରିୟ ଭାବେ ଅଂଶ ଗ୍ରହଣ କରି ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଅନନ୍ୟ ଉପହାର । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପାରାଦୀପସ୍ଥିତ୍ ଆଞ୍ଚଳିକ ଅଧିକାରୀ ପୁସ୍କର ଚନ୍ଦ୍ର ବେହେରା ଗୋଟିଏ ଚାରା ରୋପଣ କରି ଶୁଭାରମ୍ଭ କରିଥିବା ଏହି କାର୍ଯ୍ୟକ୍ରମରେ ପିପିଏଲ ସମସ୍ତ ଅଧିକାରୀ,କର୍ମଚାରୀଙ୍କ ସମେତ ନୂତନ ପ୍ରଶିକ୍ଷାର୍ଥୀ ପ୍ରତ୍ୟେକ ଗୋଟିଏ ଲେଖାଁଏ ଚାରାରୋପଣ କରିଥିଲେ । ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କଳକାରଖାନା ଗଢ଼ି ଉଠିଥିବା ସ୍ଥାନ ଗୁଡିକର ସବୁଜ ବଳୟକୁ ବଜାୟ ରଖିବା ଓ ପ୍ରଦୂଷଣ ରୋକିବା ଦିଗରେ ପିପିଏଲ ଗ୍ରହଣ କରିଥିବା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ । ଏନ୍.ଡି ପାନାଣ୍ଡିକର ସିଜିଏମ୍ (ପ୍ରକଳ୍ପ), ଅରବିନ୍ଦ ତିୱାରି,ଜି.ଏମ୍ (ପ୍ରକଳ୍ପ), ଅନିଲ ବର୍ମା ଜି.ଏମ୍ (ଉତ୍ପାଦନ), ରମେଶ ବାବୁ ଜି.ଏମ୍ (ରକ୍ଷଣା ବେକ୍ଷଣ) ଏବଂ ପିପିଏଲର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ଅମ୍ବିକେଶ ମିଶ୍ର ଜଏଣ୍ଟ ଜି.ଏମ୍ (ପରିବେଶ) କାର୍ଯ୍ୟକ୍ରମର ସୁପରିଚାଳନା କରିଥିବା ପିପିଏଲର କର୍ପୋରେଟ ବ୍ୟାପାର ମୂଖ୍ୟ ସୁଧି ରଞ୍ଜନ ମିଶ୍ରଙ୍କ ସୂତ୍ରରୁ ପ୍ରକାଶ ।