ନଳକୂପ ପାଇଁ ଭିତ୍ତିପ୍ରସ୍ତର

 ରାଜନଗର : ଏବେ ଠାରୁ ଗ୍ରୀଷ୍ମ ଋତୁ ଅନୁଭବ ହେଲାଣି । ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ପାନୀୟ ଜଳ ସଙ୍କଟର ଦୂରୀକରଣ ନିମନ୍ତେ ରାଜନଗର ବ୍ଲକ୍ର ଚାରି ଚାରିଟି ସ୍ଥାନରେ ୩୦ ନଂ ଜୋନ୍ର ଜିଲ୍ଲା ପରିଷଦ ସଭ୍ୟ ତଥା ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ରାଉତ ସାଧାରଣ ଲୋକଙ୍କ ପାନୀୟ ଜଳର ସଙ୍କଟକୁ ଅନୁଭବ କରି ଚାରିଗୋଟି ନଳକୂପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବାଲିସାହି ପାଟଣା ପଞ୍ଚାୟତର ଭେଡିସାହି , ସାନବଡ ଗୋପାଳପୁର ପଞ୍ଚାୟତର ଭାଟପଡ଼ା, ବନ୍ଧପଡା ପଞ୍ଚାୟତର ଗୋବିନ୍ଦପୁର ଓ ଓସ୍ତିଆ ପଞ୍ଚାୟତର ବନ୍ଧପାଟଣାରେ ନୂତନ ନଳକୂପ ସ୍ଥାପନ କରିବା ନିମନ୍ତେ ଜିଲ୍ଲାପରିଷଦ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି । ବନ୍ଧପାଟଣାଠାରେ ଶୁଭ ଭିତ୍ତପ୍ରସ୍ତର ଅବସରରେ ସ୍ଥାନୀୟ ଲୋକଙ୍କ ପାନୀୟ ଜଳର ଆବଶ୍ୟକତା ଓ ସଂରକ୍ଷଣ ତଥା ମିତବ୍ୟୟତା ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ପ୍ରସନ୍ନ ଦାସ, ବାବା ଦୟାନିଧି ପାତ୍ର, ନାଏବ ସରପଞ୍ଚ ସର୍ବେଶ୍ୱର ବଳ, କବି ପ୍ରମୋଦ କୁମାର ସେଠୀ, ଭଗବାନ ଜେନା, ରାମଚନ୍ଦ୍ର ସେଠୀ, ଏକ୍ସ- ମିଲିଟାରୀ ସୁବାସ ଚନ୍ଦ୍ର ସ୍ୱାଇଁ, ଦୋଳଗୋବିନ୍ଦ ଲେଙ୍କା ଓ ଅଲେଖ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।