୧୦ ବର୍ଷ ପରେ ଧରାପଡିଲା ଅଭିଯୁକ୍ତ
ବୈଶିଙ୍ଗା: ବୈଶିଙ୍ଗା ଥାନା ଗଡ଼ଦେଉଳିଆରୁ ଦଶବର୍ଷ ପୁରୂଣା ଏକ ମୋକଦ୍ଦମାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ୨୦୧୫ ମସିହାରେ ଏହି ଗ୍ରାମର ନିଳକଣ୍ଠ ଭୂୟାଁଙ୍କ ପୁଅ ଗଗନ ଆର୍ଥିକ କାରବାର ଘଟଣାକୁ ନେଇ ଜନୈକ ବ୍ୟକ୍ତିଙ୍କୁ ଆକ୍ରମଣ ଘଟଣାରେ ବୈଶିଙ୍ଗା ଥାନାରେ ବିଭିନ୍ନ ଦଫାରେ ୧୪୭/୧୫ନଂ ର ଏକ ମୋକଦ୍ଦମା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିଲା । ତେବେ ତଦନ୍ତ ଚାଲିଥିଲା ବେଳେ, କୋର୍ଟଙ୍କ ବାରମ୍ବାର ନୋଟିସ ସତ୍ତ୍ୱେ ତଦନ୍ତରେ ସହଯୋଗ କରିନଥିବା ଦର୍ଶାଇ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା । ଅଭିଯୁକ୍ତଙ୍କୁ ଗଡଦେଉଳିଆ ଗ୍ରାମରୁ ଗିରଫ ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବେତନଟୀ ଜେଏମ୍ଏଫ୍ସିଙ୍କ କୋର୍ଟରେ ହାଜର କରାଯାଇଥିଲା ।