ବିଜୁ ବଜାର ଭାଙ୍ଗିଲା ପ୍ରଶାସନ

ନୀଳଗିରି : ନୀଳଗିରି ଉପଖଣ୍ଡ ପ୍ରଶାସନ ପକ୍ଷରୁ ବିଜୁବଜାରକୁ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ତହସିଲ ଦାର ସୋନମ ଦାସ, ଈଶ୍ୱରପୁର ଫାଣ୍ଡି ଅଧିକାରୀ ବିକାଶ ଭୋଇ ଓ ରାଜସ୍ୱ ନିରୀକ୍ଷକଙ୍କ ଉପସ୍ଥିତିରେ ସରକାରୀ ଜମି ଜବରଦଖଲକରି ଦୋକାନ କରିଥିବା ଦୋକାନଗୁଡ଼ିକୁ ଉଚ୍ଚନ୍ୟାୟାଳୟଙ୍କ ନିଦେ୍ର୍ଦଶକ୍ରମେ ପୂର୍ବରୁ ଦୋକାନୀଙ୍କୁ ନୋଟିସ କରାଯାଇଥିଲା । ନୋଟିସର ଅବଧି ପୂରଣ ହୋଇଯାଇଥିବା ବେଳେ, ନୀଳଗିରି ପ୍ରଶାସନପକ୍ଷରୁ ଏକ ପ୍ଲାଟୁନ ପୁଲିସ ମୁତୟନ କରାଯାଇ ଦୋକାନକୁ ଭଙ୍ଗାଯାଇଛି । ରାସ୍ତା ସଂପ୍ରସାରଣ ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି  । ତେବେ ଦୋକାନକରି ଆତ୍ମନିର୍ଭର ହୋଇଥିବା ଦୋକାନୀ ପ୍ରଶାସନର ଏଭଳି କାର୍ଯ୍ୟରେ ହତାଶ ହୋଇପଡିଥିବା ଜଣାପଡିଛି ।