ଗୃହରକ୍ଷୀଙ୍କ ପରଲୋକ
ବାଲିଚନ୍ଦ୍ରପୁର: ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିବା ବାଲିଚନ୍ଦ୍ରପୁର ଗ୍ରାମର ହୃଷିକେଶ ପଣ୍ଡା (୫୪)ଙ୍କ ପରଲେକ ଘଟିଛି । ସେ ଗତ କିଛି ମାସ ହେବ କର୍କଟ ରୋଗରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ ସଂପର୍ଣ୍ଣ କରାଯାଇଥିବା ବେଳେ ପୁଅ ଧନେଶ୍ୱର ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକ ଖବର ପାଇ ବାଲିଚନ୍ଦ୍ରପୁର ଥାନାଧିକାରୀ ସମରଜିତ ନାୟକ ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ସେହିପରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମୋଦର ମହାରଣା, ଚିନ୍ତାମଣି ନାୟକ, ଭରତ ଚନ୍ଦ୍ର ପାଢୀ ଓ ସତ୍ୟାନନ୍ଦ ମଲ୍ଲିକଙ୍କ ସମେତ ବହୁ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।