ବିଜେଡିକୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର
ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ନୂଆପଡା ଗସ୍ତ ପୂର୍ବରୁ ବିଜେଡିକୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର । ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଟାଇଟାନିକ୍କୁ ସମ୍ପୂର୍ଣ୍ଣ ବୁଡାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା କରାଯାଉଛି ବୋଲି ଶ୍ରୀମୟୀ କହିଛନ୍ତି । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଲଚଲ ହୋଇଛି ରାଜନୀତି । ନାଁ ନନେଇ ଶକ୍ତି ନାନୀ କହି ସୁଜାତା ପାଣ୍ଡିଆନ୍ଙ୍କୁ ତେରଛା ବାଣ ମାରିଛନ୍ତି ।
ସେ ପୋଷ୍ଟରେ କରି ଲେଖିଛନ୍ତି, ଶୁଣିବାକୁ ମିଳିଛି ଶକ୍ତି ନାନୀ କୁଆଡେ଼ ଶକ୍ତି ଗୋଟାଉଛନ୍ତି । ଦଳରେ ମିଶି ରାଜ୍ୟ ସଭା ଯିବା ପାଇଁ । ଆଉ ଏଣ୍ଟ୍ରି ହୋଇଗଲେ ପୁଣି ହେବ ନୂଆ ସମୀକରଣ । ଯେମିତି ଏପର୍ଯ୍ୟନ୍ତ ନୂଆପଡ଼ାରେ ମାମୁଁ ଘର ମିଳୁନି ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବାପଘର ଖୋଜିବାକୁ ନାନାଦି ଡ଼୍ରାମା ହେବ । ଜାମସେଦପୁର ପାଣି ପବନରେ ଯିଏ ବଢିଛି, ସେ ଓଡିଆଙ୍କ ସ୍ପନ୍ଦନ କେମିତି ବୁଝିବ। ଇଲେକ୍ସନ୍ କମିଶନ ବେଡି ପକାଇଥିଲେ, ଏବେ ନୂଆ ପରିଚୟ ଅପେକ୍ଷାରେ ରହିଛନ୍ତି । ଶକ୍ତିନାନୀଙ୍କ ଚାଟଶାଳାରେ ବରିଷ୍ଠ ନେତା ଟ୍ୟୁସନ୍ ହେବାର ରାଜ୍ୟବାସୀ ଦେଖିଲେ । ଓଡିଶାବାସୀ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ । ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ ତାହା ଦେଖାଯାଉ । ନବୀନ ବାବୁ କହିଥିଲେ ରାଜ୍ୟବାସୀ ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ । ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜାକ୍ ପ୍ଲାନ୍ କରାଉଛି କିଏ ?