ବିଜେଡି ନେତା ପ୍ରୀତିରଞ୍ଜନଙ୍କ ଘରେ ଚଢାଉ
ନୂଆପଡା : ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ । ଡ଼୍ୟୁଟିରେ ଥିବା ଦୁଇ ଜଣ ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ହୋଇଛି ଚଢ଼ାଉ । ୪୦ ଜଣ ପୁଲିସ କର୍ମଚାରୀ ଏହି ଚଢ଼ଉ ସମୟରେ ଉପସ୍ଥିତ ଥିଲେ । ନୂଆପଡା ଖରିଆର ରୋଡରେ ଥିବା ତାଙ୍କ ବାସଭବନରେ ପୁଲିସ ଚଢାଉ କରିଛି । ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି ପ୍ରୀତିରଞ୍ଜନ । ଏନେଇ ବିଜେଡ଼ି କର୍ମୀମାନେ ବିଭୋକ୍ଷ କରିବା ସହ ଜିଲ୍ଲାପାଳଙ୍କ ଗାଡ଼ିକୁ ଅଟକାଇ ରଖିଛନ୍ତି ।