ବିଜେପିର ମଣ୍ଡଳସ୍ତରୀୟ କର୍ମଶାଳା
ଆନନ୍ଦପୁର : ବିକଶିତ ଭାରତର ଅମୃତ କାଳଖଣ୍ଡ ନେଇ ସେବା ସୁଶାସନ ଓ ଗରିବ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପ୍ରରିପେକ୍ଷୀରେ ଏକ ମଣ୍ଡଳସ୍ତରୀୟ କର୍ମଶାଳା ସ୍ଥାନୀୟ ଗାୟତ୍ରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ହେମନ୍ତ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଅତିଥି ଭାବେ ଯୋଗ ଦେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧ ବର୍ଷର ଶାସନ ମଧ୍ୟରେ ନିଆଯାଇଥିବା ଐତିହାସିକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ସେହିପରି ଓଡିଶା ଇତିହାସରେ ବିଜେପି ପ୍ରଥମ କରି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ସବୁ ପାଳନ କରିଥିବା ନେଇ ଜିଲ୍ଲା ସଭାପତି ଶ୍ରୀ ମହାନ୍ତ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ନିରାକାର ଦଳେଇ, ଜିଲ୍ଲା ସମ୍ପାଦକ ଦୀପକ କୁମାର ଯେନା, ବରିଷ୍ଠ କାର୍ଯ୍ୟକର୍ତ୍ତା ବ୍ରଜକିଶୋର ଦାସ, ମୁରଲୀଧର ମିଶ୍ର, ଗଗନ ସିଂ, ପ୍ରଣୟିନୀ ବ୍ରହ୍ମ, ବବିତା ଶତପଥୀ, ଚାରୁଲତା ମଲ୍ଲିକ, ରାମଚନ୍ଦ୍ର ରାମ, ଗୌରାଙ୍ଗ ସିଂ, ବାଇଆ ରାମ, ଗଗନ ସାହୁ, ନରେନ୍ଦ୍ର ପଣ୍ଡା, ଗଣେଶ୍ୱର ମହାନ୍ତି, ବାଇଧର ସାହୁ, ପଦ୍ମଲୋଚନ ପାଣିଗ୍ରାହୀ, ଉଦିତ ନାଏକ, ସଚିନ ମଲ୍ଲିକ, ଅରବିନ୍ଦ ମିଶ୍ର, ମାନସ ସାହୁ, ସୁରେଶ ସାହୁ, ହରେକୃଷ୍ଣ ପାତ୍ରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।