ଖାଲରେ ଭର୍ତ୍ତି ବନ୍ଦିପୋଲ-ପିମ୍ପଲ ରାସ୍ତା 

ରଗଡି : ଖାଲରେ ଭର୍ତ୍ତି ବନ୍ଦିଛକ-ପିମ୍ପଲ ଭାୟା ଉପୁଳାଇ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା । ୨୦ ନଂ ଜାତୀୟ ରାଜପଥରୁ ପଡ଼ିଥିବା ଏହି ୩ କି.ମି ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି । ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇ ଖାଲ ଖମା ସୃଷ୍ଟି ହୋଇଛି । ଯାହାଫଳରେ ଯାତାୟାତରେ ଏହା ସମସ୍ୟା ସୃଷ୍ଟି କରିଛି । ବର୍ଷା ପାଣି ଜମି ରହୁଛି । ସଂପୃକ୍ତ ରାସ୍ତା ଉପରେ ପିମ୍ପଲ, ଉପୁଳାଇ, ହରିଚନ୍ଦନପୁର, ମଙ୍ଗରାଜପୁର ତଥା ବନ୍ଦୀ ଗ୍ରାମବାସୀ ନିର୍ଭର କରିଥାନ୍ତି । ବିଶେଷ କରି ଜାତୀୟ ରାଜପଥକୁ ରାସ୍ତା ସଂଯୋଗ କରିଥିଲେ ହେଁ ବିଭାଗର ରାସ୍ତା ମରାମତି କରିବାକୁ ମନବଳାଉନି । ୨୦୧୮ମସିହା ଜୁନ୍ ମାସରେ ସଂପୃକ୍ତ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ୨୦୨୨ରେ ଶେଷ ହୋଇଥିଲା । ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୫ବର୍ଷ ପର୍ଯ୍ୟନ୍ତ  ଅବଧି ରହିଥିଲେ ମଧ୍ୟ ଠିକାଦାର ମରାମତି କରିବାର ନାଁ ଗନ୍ଧ ଧରୁ ନାହାନ୍ତି । ଏସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ରାସ୍ତା ମରାମତି କରାଯିବ ବୋଲି କେବଳ କହିଚାଲିଛନ୍ତି । ହେଲେ ମାସ ପରେ ମାସ ବିତିଯାଇଥିଲେ ହେଁ ମରାମତି ହେଉନି । ଆଗକୁ ବର୍ଷା ଦିନ ଆସୁଛି, ରାସ୍ତା ମରାମତି କରା ନଗଲେ ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗିବେ ଏହା ଜଣାପଡ଼ିଯାଉଛି । ବିଭାଗୀୟ କର୍ତୃପକ୍ଷ ରାସ୍ତା ମରାମତି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।