ପାଣିରେ ବୁଡ଼ି ନବମ ଶ୍ରେଣୀ ଛାତ୍ରୀ ନିଖୋଜ

ସାଲେପୁର : କେନାଲରେ ଗାଧୋଇବା ବେଳେ ଅଘଟଣ । ପାଣିରେ ବୁଡ଼ି ନବମ ଶ୍ରେଣୀ ଛାତ୍ରୀ  ନିଖୋଜ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ପଟ୍ଟାମୁଣ୍ଡାଇ କେନାଲ ନରଦା ଗ୍ରାମ ନିକଟରେ ।  ସୂଚନାଯୋଗ୍ୟ ଯେ, ଗାଧୋଇବା ବେଳେ କେନାଲ ପାଣିରେ ବୁଡ଼ି ନବମ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇଛନ୍ତି । ନିଖୋଜ ଛାତ୍ରୀ ଜଣକ ସ୍ଥାନୀୟ ଗାଁର ପ୍ରହଲ୍ଲାଦ ସ୍ୱାଇଁଙ୍କ ଝିଅ ବୋଲି ଜଣାପଡିଛି । ଛାତ୍ରୀ ଜଣଙ୍କ କେନାଲରେ ଗାଧାଉଥିବା ବେଳେ ସୁଚିତ୍ରାଙ୍କ ଗୋଡ଼ ଖସିଯାଇଥିଲା । କେନାଲରେ ପାଣି ଭର୍ତ୍ତି ଥିବାରୁ ସେ ବୁଡ଼ିବା ପରେ ନିଖୋଜ ହୋଇଯାଇଛନ୍ତି । ନାବାଳିକା ଜଣଙ୍କୁ ବୁଡ଼ିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି । ଓଡ୍ରାଫ୍ ଟିମ୍ ଓ ପୋଲିସ ମଧ୍ୟ ଛାତ୍ରୀଙ୍କୁ ଖୋଜାଖୋଜି ଜାରି ରଖିଥିବା ବେଳେ ଛାତ୍ରୀଙ୍କ ପତ୍ତା ମିଳିପାରି ନାହିଁ ।