ସୌଣ୍ଡିକ ସମାଜର ଜିଲ୍ଲା ସମ୍ମିଳନୀ
ନବରଙ୍ଗପୁର : ଆମ ସଂସ୍କୃତି ଓ ପରମ୍ପରାକୁ ନେଇ ଆମର ପରିଚୟ । ଜାତି ଓ ପରିଚୟକୁ ନେଇ ଗର୍ବ କରିବାକୁ ପଡିବ । ଏପରି କିଛି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସ୍ଥାନୀୟ ଏକ କଲ୍ୟାଣମଣ୍ଡପ ଠାରେ ଆୟୋଜିତ ସୌଣ୍ଡିକ ସମାଜର ଜିଲ୍ଲା ସମ୍ମିଳନୀର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି । ଏହି ଅବସରରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କ ମାଝୀଙ୍କ ପକ୍ଷରୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୌଣ୍ଡିକ ସମାଜର ଭବନ ପାଇଁ ୫ଲକ୍ଷ ଟଙ୍କା ଓ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ରାଶୀ ପାଣ୍ଠିରୁ ୫ଲକ୍ଷ ଟଙ୍କା ଘୋଷଣ କରିଛନ୍ତି । ସେହିଭଳି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସାଂସଦ ପାଣ୍ଠିରୁ ସମାଜର ଭବନ ପାଇଁ ୧୦ଲକ୍ଷ ଟଙ୍କା ଘୋଷଣା କରିଥିଲେ । ଏହି ଅବସରରେ ସୌଣ୍ଡିକ ସମାଜର ଯୁବକ ଗୌତମ ବିଷୋୟୀ ଆଇଆଇଟି ମୁମ୍ବାଇରେ ପାଠ ପଢିବାକୁ ଚୟନ ହୋଇଥିବା ଯୋଗୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୌତମଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରିଥିଲେ । ସେହିଭଳି ସମାଜର ୩୮ଜଣ ବରିଷ୍ଟ ନାଗରିକଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମ୍ମିଳନୀକୁ ନବରଙ୍ଗପୁର ଜିଲ୍ଲା ସୌଣ୍ଡିକ ସମାଜର ସଭାପତି ବାଙ୍କବିହାରୀ ବିଷୋୟୀଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ବିଜେପିର ଜିଲ୍ଲା ସଭାପତି କୁଞ୍ଜବିହାରୀ ଦାସ, ମାଧବ ଚୌଧୂରୀ, ପରମେଶ୍ୱର ବିଷୋୟୀ, ହରେକୃଷ୍ଣ ବିଷୋୟୀ, ରାମଚନ୍ଦ୍ର ବେହେରା, ଜେମାମଣୀ ବିଷୋୟୀ, ଜଗଦିଶ ବିଷୋୟୀ ପ୍ରମୁଖ ଯୋଗ ଦେଇଥିବାବେଳେ ଜିଲ୍ଲାର ବିଭିନ୍ନ ବ୍ଳକରୁ ସୌଣ୍ଡିକ ସମାଜର ମହିଳା ଓ ପୁରୁଷ ଯୋଗଦେଇଥିଲେ । ସୌଣ୍ଡିକ ଭବନ ପାଇଁ ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ପକ୍ଷରୁ ୨୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିବା ଯୋଗୁଁ ସରକାରଙ୍କୁ ସଭାପତି ବାଙ୍କବିହାରୀ ବିଷୋୟୀ ସମାଜ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ।