ଶ୍ମଶାନ ଜମି ଦବରଦଖଲ ମୁକ୍ତ କରିବାକୁ ଦାବି

ାା ପ୍ରଭାନୁ୍ୟଜ ।ା  ବେତନଟୀ: ବେତନଟୀ ସହର ଜନସଂଖ୍ୟା ଓ ଭୌଗଳିକ ପରିସୀମା ବର୍ଷକୁ ବର୍ଷ ସଂପ୍ରସାରିତ ହେବା ସହିତ ଦେବୋତ୍ତର ଜମିର ଜବରଦଖଲ ସାଙ୍ଗକୁ ଗୋଚର ଶ୍ମଶାନ ଜମିର ଜବରଦଖଲ ବଢିଚାଲିବା ଯୋଗୁଁ କୌଣସି ସରକାରୀ ଅଫିସଟିଏ ପାଇଁ ସ୍ଥାନାଭାବ ଗୁରୁତର ସମସ୍ୟା ସୃଷ୍ଟି କରୁଛି । ବେତନଟୀ ମୌଜା ଛାଡି ଭୋଗବାଟି ଶୁଖିଲାହାର ସାମିଲ ମହୁଲିଆ ଏବଂ ସଠିଲୋ ଗ୍ରାପର ସଠିଲୋ ମୌଜାର ସରକାରୀ ଓ ବେସରକାରୀ ଜମିରେ ସହରର ବ୍ୟବସାୟ କେନ୍ଦ୍ର ଠାରୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନେ ସ୍ଥାୟୀ ଘରଦ୍ୱାର ନିର୍ମାଣ କରି ବସବାସ କରୁଥିବାବେଳେ ସେମାନଙ୍କ ପାଇଁ ରାସ୍ତା, ଜଳ ନିଷ୍କାସନ ପାଇଁ ଡ୍ରେନ୍ ଓ ଷ୍ଟ୍ରିଟ୍ ଲାଇଟ ସହିତ ମୌଳିକ ଆବଶ୍ୟକତା ପିଇବାପାଣି ଯୋଗାଇ ଦେବା ନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହେଉନାହିଁ । ସେହିପରି ସହରର ଜନସଂଖ୍ୟା ବଢୁଥିବାରୁ ଶ୍ମଶାନର ମଧ୍ୟ ଆବଶ୍ୟକତା ଥିଲେ ସୁଦ୍ଧା ଶ୍ମଶାନ ପାଇଁ ସଠିଲୋ ମୌଜାରେ ଏ ୧.୧୪ ଡେମି ଜମି ଥିବା ସତ୍ତ୍ୱେ ବହିରାଗତ ଲୋକମାନେ ଏହି ଜମିକୁ ଜବରଦଖଲ କରି ବାସଗୃହ ନିର୍ମାଣ କରିଛନ୍ତି । ଯାହାଫଳରେ ମୃତବ୍ୟକ୍ତିର ଶବ ନେଇ ଏହି ମୌଜାର ବାସିନ୍ଦାମାନେ ତିନି କିମିରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରତିବନ୍ଧକ ଅତିକ୍ରମ କରିଯିବାକୁ ବାଧ୍ୟ ହୋଇଥାନ୍ତି । ଅଥଚ ନିଜ ମୌଜା ସଠିଲୋରେ ରାଜଶାସନ ଅମଳରୁ ଶ୍ମଶାନ ପାଇଁ ଖା ନଂ ୩୮୭ ପ୍ଲଟ ନମ୍ବର ୬୪ ୬୫ ୬୬ ରେ ଜମି ସଂରକ୍ଷିତ ରହି ଆସିଛି । ବେତନଟୀ ସହରର ସିଂହଭାଗ ଜମି ଦେବୋତ୍ତର ହୋଇଥିବାବେଳେ ଉପଜିଲ୍ଲାପାଳଙ୍କ ଦେବୋତ୍ତର ବିଭାଗର ଅବହେଳା ଓ ଦାୟିତ୍ୱହୀନତା ପାଇଁ ହଜାର ହଜାର ଏକର ଜମି ଓ ଜଙ୍ଗଲକୁ ଜବର ଦଖଲକାରୀମାନେ ଦେବୋତ୍ତର ବିଭାଗର କର୍ମଚାରୀମାନଙ୍କୁ ହାତ କରି ସ୍ୱଳ୍ପ ସଲାମିରେ ଅନେଶତ ବର୍ଷ ପାଇଁ ଲିଜ ନେଇ ଦଖଲରେ ରଖିଥିବା ଦେଖାଯାଇଛି । ଯେଉଁ ଜମିର ସାଧାରଣ ବଜାର ମୂଲ୍ୟ ଏକର ପ୍ରତି ଏକ କୋଟି ଟଙ୍କା ହେବ । ମାତ୍ର ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନଙ୍କ ଅନୁଚିତ ଅନୁକମ୍ପା ପାଇଁ ଏହା ସଂପୂର୍ଣ୍ଣ ଭାବେ ହଡପ ହୋଇ ସାରିଥିଲେ ବି ସରକାରଙ୍କ ଆଖିକୁ ଦେଖାଯାଉନଥିବା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଯେ ଶାସ୍ତ୍ରୀ ନଗରର ବାସିନ୍ଦା ଓ ସଠିଲୋ ମୌଜାର ବାସିନ୍ଦାମାନେ ଶ୍ମଶାନ ପାଇଁ ଏ୧.୧୪ଡେମି ଜମିକୁ ଜବରଦଖଲ ମୁକ୍ତ କରିବାକୁ ଏବଂ ତହସିଲଦାରଙ୍କ ପକ୍ଷରୁ ଏହି ଜମିକୁ ସୁରକ୍ଷିତ କରି ରଖିବା ପାଇଁଁ ପାଚେରୀ ନିର୍ମାଣ କରାଯିବାକୁ ଦାବି କରି ଆସୁଥିଲେ ସୁଦ୍ଧା ବେତନଟୀ ତହସିଲଦାର ଅଫିସର କେତେକ ଅସାଧୁ କର୍ମଚାରୀମାନଙ୍କ ପାଇଁ ଏହା କାର୍ଯ୍ୟକାରୀ ହୋଇ ପାରୁନଥିବା ଉଭୟ ମୌଜାର ଅଧିବାସୀମାନେ ଅଭିଯୋଗ କରିଛନ୍ତି । ଏହା ସହିତ ଶତାଧିକ ବ୍ୟକ୍ତିଙ୍କ ସ୍ୱାକ୍ଷରରେ ଏହି ଜମିକୁ ଜବରଦଖଲ ମୁକ୍ତ କରାଯିବାକୁ ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି ।