ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ନୂଆପଡା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ଲର୍କା କ୍ଲଷ୍ଟରର ଉଚ୍ଚପ୍ରାଥମିକ ବିଦ୍ୟାଳୟ ଅନକାପୁର ଠାରେ ପ୍ରଧାନଶିକ୍ଷକ ଦୁର୍ଗାପ୍ରସାଦ ମେହେରଙ୍କ ତତ୍ତ୍ୱାବଧାନରେ ବିଦାୟକାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ପ୍ରଧାନଶିକ୍ଷକ ତ୍ରିଲୋଚନ ସିଂ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲର୍କା କ୍ଲଷ୍ଟରର ତିନିଜଣ ଶିକ୍ଷକ ତାରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଶୁଭେନ୍ଦୁ ଯୋଶୀଙ୍କୁ ଲର୍କା କ୍ଲଷ୍ଟର ପାଇଁ ସିଆର୍ସିସି ଦାୟିତ୍ୱ ମିଳିଥିବାରୁ ତାଙ୍କୁ ସ୍ୱାଗତ ଜଣାଇବା ସହ ପୂର୍ବତନ ସିଆର୍ସିସି ସଂଯୋଗ କୁମାର ବାଗଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ତଥା ଏହି କ୍ଲଷ୍ଟରର ଅନକାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ମଧୁସୂଦନ ମାଝୀଙ୍କୁ ବାବେବିର କ୍ଲଷ୍ଟର ପାଇଁ ଏବଂ ଖୋର୍ଲା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ କୈଳାଶ ବାଗଙ୍କୁ କର୍ଲାକୋଟ କ୍ଲଷ୍ଟରର ସିଆର୍ସିସି ଭାବରେ ଚୟନ ହୋଇଥିବାରୁ ଏମାନଙ୍କୁ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଉପରୋକ୍ତ ସମସ୍ତ ଅଧିକାରୀ ମଞ୍ଚାସୀନ ରହି ନୂତନ ଶିକ୍ଷା ନୀତି ୨୦୨୦ କିଭଳି ଭାବରେ ସଫଳ ରୂପାୟନ ହୋଇପାରିବ ସମସ୍ତ ବିଦ୍ୟାଳୟରେ ତା'ରି ଉପରେ ଆଲୋକପାତ କରିଥିଲେ । ଶିକ୍ଷୟିତ୍ରୀ କସ୍ତୁରୀ ହରିଜନ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ତାରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଙ୍କନ ସିଂ ମାଝୀ ମଞ୍ଚ ପରିଚାଳନା କରିଥିଲେ । ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀର ସିନ୍ଧୁ ଶବର, ଦିନେଶ ପଟ୍ଟନାୟକ, ହରେକୃଷ୍ଣ ବେହେରା, ପିତାମ୍ବର ମାଝୀ, ଦେବାନନ୍ଦ ବାଗ, ମହେନ୍ଦ୍ର ସାଗର, ଆଦିତ୍ୟ ପତି ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଉତ୍ତମ ପଣ୍ଡା, ଦୁର୍ବାସା ମାଝୀ, କ୍ଷୀରସିନ୍ଧୁ ମେହେର ଓ ଶିକ୍ଷୟିତ୍ରୀ ମମତା ନାଗ ସହଯୋଗ କରିଥିଲେ । ଶେଷରେ ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।