ବିଧାନସଭାରେ ଉଠିଲା ଗାଡ଼କଣ ବୋମାମାଡ ପ୍ରସଙ୍ଗ
ଭୁବନେଶ୍ୱର : ଆଜି ବିଧାନସଭାରେ ଚାଲିଛି ଶୀତକାଳୀନ ଅଧିବେଶନ । ବିଧାନସଭା ଆଜି ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଏକ ବଡ ପ୍ରସଙ୍ଗ କଥା ଉଠାଇଛନ୍ତି ବିରୋଧୀ । ଗୃହରେ ଉଠିଲା ଗାଡ଼କଣ ବୋମାମାଡ଼ ଘଟଣା । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ର ମୁଖ୍ୟ ଫାଟକ ସମ୍ମୁଖରେ ବୋମା ପଡିବା ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ ପ୍ରତାପ ଦେବ । ଏହି ଘଟଣାର ସତ୍ୟାସତ୍ୟ କ’ଣ ବୋଲି ଗୃହରେ ବିଭାଗୀୟ ମନ୍ତ୍ରୀଙ୍କୁ ପଚାରିଲେ ବିଜେଡି ବିଧାୟକ ପ୍ରତାପ ଦେବ । ଗୃହରେ ବିବୃତି ଦେବା ପାଇଁ ବାଚସ୍ପତିଙ୍କୁ ନିବେଦନ କରିଥିଲେ । ସେପଟେ ବାଚସ୍ପତିଙ୍କ ରୁଲିଂ ମନ୍ତ୍ରୀ ଘଟଣାକୁ ଅନୁଧ୍ୟାନ କରି ଗୃହକୁ ଅବଗତ କରାନ୍ତୁ ।
ଭୁବନେଶ୍ୱର ଗାଡ଼କଣ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ମୁଖ୍ୟ ଫାଟକ ସମ୍ମୁଖରେ ବୋମା ମାଡ଼ ହୋଇଛି । ବୋମା ମାଡ଼ରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ । ସକାଳ ୮ ବେଳେ ଫୁଟିଲା ବୋମା । ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ଛାନଭିନ କରୁଛି । ଘଟଣାସ୍ଥଳରେ ଏନ୍ଆଇଏ ଟିମ୍ ପହଞ୍ଚି ତଦନ୍ତ କରୁଛି ।