ବିଭିନ୍ନସ୍ଥାନରେ ଶ୍ରୀହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି

 ଭଣ୍ଡାରିପୋଖରୀ : ମହାବିଷୁବ ସଂକ୍ରାନ୍ତିି ଓ ଓଡିଆ ନବବର୍ଷ ଉସôାହ ସହ ସୋମବାର ପାଳନ କରାଯାଇଛି । ଦେବଦେବୀ ମନ୍ଦିରରେ ଯଅ, ଛତୁଆ, ନଡ଼ିଆ, କଦଳୀ, ଗୁଡ଼ ମିଶ୍ରିତ ପଣା ଓ ଆମ୍ବ ଭୋଗ ଦେବତାଙ୍କୁ ସମର୍ପିତ କରାଯାଇଛି । ଚଉରା ଉପରେ ରୋପିତ ପବିତ୍ର ତୁଳସୀ ଗଛ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ବର, ଅଶ୍ୱସ୍ତ ଆଦି ବୃକ୍ଷମାନଙ୍କୁ ରୌଦ୍ରତାପରୁ ରକ୍ଷାକରିବା ପାଇଁ ଛିଦ୍ରଯୁକ୍ତ ମାଟିଠେକି ବନ୍ଧାଯାଇ ଜଳଅର୍ପଣ କରାଯାଇଛି । ବହୁ ସ୍ଥାନରେ ପଥିକମାନଙ୍କ ତୃଷା ନିବାରଣ ସକାଶେ ଜଳଛତ୍ର କେନ୍ଦ୍ରମାନ ସ୍ଥାପିତ ହୋଇଛି । ପ୍ରତ୍ୟେକ ପଞ୍ଚାୟତର ଗୁରୁତ୍ୱପୂର୍ଣ୍ଣ ଛକମାନଙ୍କରେ, ଭଣ୍ଡାରିପୋଖରୀ ବଜାରରେ ଜଳଛତ୍ର କେନ୍ଦ୍ର ଖୋଲାଯାଇଛି । ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ଅନ୍ୟାନ୍ୟ ସ୍ଥାନରେ ଜଳଦାନ କେନ୍ଦ୍ର ସ୍ଥାପିତ ହୋଇ ତୃଷାର୍ତ୍ତ ପଥିକମାନଙ୍କୁ ଜଳଦାନ କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ଆଜି ପାଳିନ କରାଯାଇଛି ।ଏହି ଉପଲକ୍ଷେ ବିଭିନ୍ନ ସ୍ଥାନରେ କଳସ ଶୋଭାଯାତ୍ରା ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଢ଼ାପଦା ପ୍ରସିଦ୍ଧ ମହାବୀର ମନ୍ଦିର, ଛତାବର, ମଞ୍ଜୁରୀରୋଡ, ନାଆମୀ, ଥଇଳା, ରାଢୋ, ରହଣିଆ, ସରସଦା, କୁଲଣା, ବାରିକପୁର, ପାଟୁଳି, ଛତାବର, ଭଣ୍ଡାରିପୋଖରୀବଜାର, ରେବୋ, ମଣିନାଥପୁର, ନଗୁଆଁ, ସମେତ ବିଭିନ୍ନ ସ୍ଥାନରେ ଥିବା ହନୁମାନ ମୂର୍ତ୍ତି ଓ ଗ୍ରାମଦେବାଦେବୀକୁ ପୂଜାର୍ଚ୍ଚନା କରାଯାଇଛି । ନାମସଙ୍କିର୍ତ୍ତନ, ହୋମଯଜ୍ଞ, ପ୍ରବଚନ, ଶ୍ରୀରାମଚରୀତ ମାନସ ପାରାୟଣ ସହ ପ୍ରସାଦ ସେବନର ଆୟୋଜନ କରାଯାଇଛି । ବିଭିନ୍ନ ଗ୍ରାମଦେବତୀ ପୀଠ ସମେତ ଥଇଳା, ଚେକାସାଆନ୍ତାଣୀ, ମଞ୍ଜୁରୀରୋଡ ମା’ ତାରେଣୀ ପୀଠରେ ବିଶେଷ ପୂଜାର୍ଚ୍ଚନା କରାଯାଇ ମେଳାର ଆୟୋଜନ କରାଯାଇଛି ।