ଜିଲ୍ଲାପାଳଙ୍କୁ ଭେଟିଲା ବିଶ୍ୱ ହୁନ୍ଦୁ ପରିଷଦ    

 ଭଦ୍ରକ : ମୁସଲମାନ ସଂପ୍ରଦାୟର କେତେକ ବ୍ୟକ୍ତି ହିନ୍ଦୁ ଧର୍ମ ଓ ପ୍ରଭୁ ଶ୍ରୀରାମଙ୍କୁ ଅଶାଳିନ ଭାଷାରେ ଗାଳିଗୁଲଜ କରାଯାଇଥିବା ବିରୋଧରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ବିଶ୍ୱ ହୁନ୍ଦୁ ପରିଷଦ ସଦସ୍ୟ । ଅଭିଯୁକ୍ତମାନଙ୍କ ବିରୋଧରେ ଦୁଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଭଦ୍ରକର ଗଣପର୍ବ ଶ୍ରୀରାମ ନବମୀ । ଏନେଇ ଐତିହାସିକ ନଗର ସଂକୀର୍ତ୍ତନ କରାଯାଇଥାଏ । ମୁସଲମାନ ସଂପ୍ରଦାୟର କେତେକ ବ୍ୟକ୍ତି ନଗର ସଂକୀର୍ତ୍ତନକୁ ଭଣ୍ଡୁର କରିବା ଲାଗି ପୂର୍ବ ପ୍ରସ୍ତୁତ କ୍ରମେ ହିନ୍ଦୁ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛି ବିଶ୍ୱ ହୁନ୍ଦୁ ପରିଷଦ । ସୂଚନା ମୁତାବକ, ଚଳିତ ମାସ ୧୭ ତାରିଖରେ ଅନୁଷ୍ଠିତ ଭଦ୍ରକର ଗଣପର୍ବ ରାମନବମୀ ଉପଲକ୍ଷେ ଐତିହାସିକ ନଗର ସଂକୀର୍ତ୍ତନ ଯାତ୍ରା ସମୟରେ ପୁରୁଣା ବଜାର ଥାନାଧିନ ସରକାର ନଗର(ଛଡାକମହଲା ଛକ ନିକଟରେ) ରାମଭକ୍ତମାନଙ୍କ ଉପରେ ଆକ୍ରମଣ ହୋଇଥିଲା । ଆରକ୍ଷୀ ଅଧିକ୍ଷକଙ୍କ ସହ ବହୁ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଏପରି କାଣ୍ଡ ହୋଇଥିଲା । ପ୍ରଥମେ ପୋଲିସ ଅଧିକାରୀଙ୍କ ସହ ମୁସଲମାନ ସଂପ୍ରଦାୟର ଲୋକେ ଯୁକ୍ତିତର୍କ କରିଥିଲେ ଏବଂ କିଛି ସମୟ ପରେ ସେମାନେ ଅସହିଷ୍ଣୁ ହୋଇ କ୍ରୋଧରେ ପୋଲିସ ସହ ଧସ୍ତାଧସ୍ତି କରିବା ସହିତ ହିନ୍ଦୁ ଧର୍ମ ଓ ପ୍ରଭୁ ଶ୍ରୀରାମଙ୍କୁ ଅଶାଳିନ ଭାଷାରେ ଗାଳିଗୁଲଜ କରିଥିଲେ । ଯାହା ହିନ୍ଦୁ ଧର୍ମାବଲମ୍ବିଙ୍କ ଧାର୍ମିକ ବିଶ୍ୱାସରେ କୁଠାରଘାତ କରିଥିଲା । ସେମାନଙ୍କ ମଧ୍ୟରୁ ଅନେକ ଅସାମାଜିକ ଯୁବକ ମିଳିତଭାବେ ଇଟା ଓ ପଥର ଖଣ୍ଡକୁ ହିନ୍ଦୁମାନଙ୍କୁ ଫୋପାଡିଥିଲେ । କେବଳ ସେତିକି ନୁହେଁ ବରଂ ପୋଲିସ ଏବଂ ହିନ୍ଦୁ ମହିଳା ଓ ପୁରୁଷମାନଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ଘଉଡାଇଥିଲେ ହେଲେ ସେମାନେ ୩୦-୪୦ ଫୁଟ୍ ପଛକୁ ହଟି ସେଠାରେ ମେଳିବାନ୍ଧି ପୋଲିସ ଓ ହିନ୍ଦୁମାନଙ୍କୁ ଆକ୍ଷେପ ମୂଳକ ଗାଳିଗୁଲଜ କରିଥିଲେ । ଘଟଣାକୁ ନେଇ ବିଶ୍ୱ ହୁନ୍ଦୁ ପରିଷଦ ଜିଲ୍ଲାପାଳଙ୍କୁ ଭେଟି ଉପଯୁକ୍ତ ତଦନ୍ତ କରିବା ସହିତ ସେମାନଙ୍କ ବିରୋଧରେ ଦୁଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି କରିଛି ।