ବିଭିନ୍ନ ଦାବି ନେଇ ବିକ୍ଷୋଭ
କେନ୍ଦୁଝର: କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ନୀତି ଓ ଦର ବୃଦ୍ଧି ନିୟନ୍ତ୍ରଣରେ ବିଫଳତା ବିରୁଦ୍ଧରେ ଓ ଅନ୍ୟାନ୍ୟ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦୁଝର ଜିଲ୍ଲା କମିଟି ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେରେ ବିକ୍ଷୋଭ ହୋଇଛି । ବିଭିନ୍ନ ଦାବି ମଧ୍ୟରେ ନୂତନ ଶ୍ରମ କୋର୍ଡ ବାତିଲ କରିବା, ସରକାରୀ କର୍ମଚାରୀଙ୍କ ପୁରୁଣା ପେନ୍ସନ୍ ସ୍କିମ ଲାଗୁ କରିବା, ବଡ୍ବିଲ-ବାଂଶପାଣି ରେଳ ଲାଇନ ସଂଯୋଗୀକରଣ, ବଡବିଲ ଓ ଯୋଡାଠାରେ ଥିବା ଇଏସ୍ଆଇ ହସ୍ପିଟାଲର ଆଧୁନିକିକରଣ କରିବା ଓ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି କରିବା, ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କାକୁ ବୃଦ୍ଧି, ଭବିଷ୍ୟନିଧି ଖିଲାପକାରୀ କମ୍ପାନୀ ଉପରେ ଜୋରିମାନା କମ୍ କରିବା ଆଇନ ପ୍ରତ୍ୟାହାର କରିବା, ମନରେଗାରେ ୨ଶହ ଦିନ କାମ ଯୋଗାଇବା, ଚାଲୁଥିବା ଖଣି ଓ କାରଖାନାରେ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ଦେବା ଓ ବନ୍ଦ ଥିବା ସବୁ ଖଣି ଚାଲୁ କରିବା ଓ ଛଟେଇ ଶ୍ରମିକ ନିଯୁକ୍ତି ଦେବା ଆଦି ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ କେନ୍ଦୁଝର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମାବେଶରେ ବକ୍ତବ୍ୟ ରଖି ଏଆଇଟିୟୁସି ତରଫରୁ ବରିଷ୍ଠ ଶ୍ରମିକ ନେତା ମହେଶ୍ୱର ରାଉତ,ସିଆଇଟିୟୁ ତରଫରୁ ଇନ୍ଦ୍ରମଣି ବେହେରା,ଏଚ୍ଏମ୍ଏସ୍ ତରଫରୁ ସତ୍ୟବ୍ରତ ପଣ୍ଡା,ଆଇଏନ୍ଟିୟୁସି ତରଫରୁ ମୁନା ଖାଁ,ଏଆଇଟିୟୁସି ତରଫରୁ ମହେନ୍ଦ୍ର କୁମାର ମହାନ୍ତି କେନ୍ଦ୍ରରେ ଶାସନାଧିନ ମୋଦୀ ସରକାରଙ୍କ ଶ୍ରମିକ ମାରଣ ନୀତିକୁ ସମାଲୋଚନା କରିଥିଲେ । ଶ୍ରମିକ ସଂଗଠନମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦାବି ସମୂହ ସରଳତାର ତୁରନ୍ତ ମାନି ନେବା ପାଇଁ ଦାବି କରାଯାଇଥିଲା । ବିଶେଷ କରି ସାଧାରଣ ଜନତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦର ବୃଦ୍ଧି ନିୟନ୍ତ୍ରଣରେ ବିଫଳତାୁ କଠୋର ଭାଷାରେ ସମାଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କପିଳ ମହାନ୍ତି, କାହ୍ନୁ ସାମଲ, ବଦ୍ରୁ ଜାମା, ଶ୍ରୀହରୀ ଘଣା, ହୃଦାନନ୍ଦ ପାତ୍ର, ରାଜାରାମ ମୁଣ୍ଡା, ତୃପ୍ତି ରଞ୍ଜନ ପଟ୍ଟନାୟକ, କିଶୋର ମହାକୁଡ, ଏମ୍ଡି ପୁନୁ, ମୋହନ ପରିଡା, ଅଶୋକ ଠକ୍କର, ବଳବନ୍ତ ବେହେରା, ଦେବେନ୍ଦ୍ର ବାରିକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତିର ସମାଲୋଚନା କରିଥିଲେ । ଅନୁଷ୍ଠିତ ଏକ ବିକ୍ଷୋଭରେ ସମସ୍ତ ଶ୍ରମିକ ସଂଗଠନର ନେତୃତ୍ୱ ନିଜ ନିଜର ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧି ନୀତିକୁ ସମାଲୋଚନା କରିଥିଲେ ।