ବିଭିନ୍ନ ସ୍ଥାନରେ ଓଡିଶା ବନ୍ଦର ପ୍ରଭାବ
ାା ପ୍ରଭାନୁ୍ୟଜ ।ା ନିଶ୍ଚିନ୍ତକୋଇଲି,୧୯ା୭: ବାଲେଶ୍ୱର ଏଫ୍ଏମ କଲେଜ୍ ଛାତ୍ରୀଙ୍କ ମୃତୁ୍ୟ ଘଟଣାକୁ ନେଇ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଥିବାବେଳେ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଆଖପାଖ ଅଞ୍ଚଳର ବହୁ ସରକାରୀ କାର୍ଯ୍ୟାଳୟ ସମେତ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ବନ୍ଦ୍ ଥିବାବେଳେ କେତେକ ସରକାରୀ କାର୍ଯ୍ୟାଳୟ ଖୋଲାଥିବା ଦେଖିବାକୁ ମିଳିଥିଲା । ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସଙ୍କର ଆହ୍ୱାନରେ ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ ପକ୍ଷରୁ ସମସ୍ତ କାର୍ଯ୍ୟାଳୟ ଓ ସରକାରୀ ଦପ୍ତରମାନଙ୍କୁ ବନ୍ଦ୍ କରିବା ପାଇଁ ନିଶ୍ଚିନ୍ତକୋଇଲି କଂଗ୍ରେସ କର୍ମୀମାନେ ବୁଲୁଥିବା ଦେଖିବାକୁ ମିଳିଛି । ମାହାଙ୍ଗା କଂଗ୍ରେସ ନେତାଙ୍କ ନିଦେ୍ର୍ଦଶକ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ ପକ୍ଷରୁ ଏକ ରାଲି କରାଯାଇ ନିଶ୍ଚିନ୍ତକୋଇଲି ବଜାର ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଜଳସେଚନ କାର୍ଯ୍ୟାଳୟ ପ୍ରଭୃତି ବୁଲି ଏଫ୍ ଏମ୍ କଲେଜ ଛାତ୍ରୀଙ୍କର ଆତ୍ମହୁତୀ ଓଡିଶାବାସୀଙ୍କୁ ସ୍ତବ୍ଧ କରି ଦେଇଛି । ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସଂପୂର୍ଣ୍ଣ ବିଫଳ ବୋଲି ନାରା ଦେବା ସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।
˜ କପ୍ତିପଦା: ବାଲେଶ୍ୱର ଫକୀରମୋହନ କଲେଜ୍ର ଛାତ୍ରୀ ଆତ୍ମାହୁତି ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ କପ୍ତିପଦା ବ୍ଲକ୍ କଂଗ୍ରେସ୍ ପକ୍ଷରୁ ବନ୍ଦ ପାଳନ କରାଯାଇଥିବା ବେଳେ ଶରତ ଠାରେ ଡ଼ିଏସ୍ଓ ପକ୍ଷରୁ ବନ୍ଦ କରାଯାଇଥିଲା । କପ୍ତିପଦା ବ୍ଲକ୍ କଂଗ୍ରେସ୍ର ସଭାପତି ରବିନାରାୟଣ ପରିଡ଼ାଙ୍କ ନେତୃତ୍ୱରେ ଅମରେନ୍ଦ୍ର ପାଢ଼ୀ, ବିଜୟ କୁମାର ପଶା, ଦିଲ୍ଲୀପ କୁମାର ବେଜ, ପରିତୋଷ ମହାକୁଡ଼, ଜୟଚନ୍ଦ୍ର ବେହେରା ସମସ୍ତ ଦୋକାନ ବଜାର ବନ୍ଦରେ ସାମିଲ ହୋଇଥିବା ବେଳେ ବ୍ଲକ୍ ତହସିଲ, ବନାଞ୍ଚଳ କାର୍ଯ୍ୟାଳୟ, କପ୍ତିପଦା ଓ ନୂଆସାହି କଲେଜ୍, ସମସ୍ତ ବିଦ୍ୟାଳୟ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ବନ୍ଦ ହୋଇଥିଲା । ସେହିଭଳି ଏଆଇଡ଼ିଏସ୍ଓ ଛାତ୍ର ସଂଗଠନର ମୟୂରଭଂଜ ଜିଲ୍ଲା ଉପସଭାପତି ଧନେଶ୍ୱର ବାରିକ୍ଙ୍କ ନେତୃତ୍ୱରେ କପ୍ତିପଦା ବ୍ଲକ୍ ସଭାପତି ଗୋବିନ୍ଦ ସିଂ, ଜିଲ୍ଲା କମିଟି ସଦସ୍ୟ ସିଂରାଏ ସିଂ, ସାଲୁ ସିଂ, କେର୍ସେ ସିଂ, ଅସୀମା ବାନରା, ସସ୍ମିତା ସାଉଁୟାଁ, ସମା ସିଂ, ସୀତେମଣି ଖୁଣ୍ଟିଆ, ସମା ସୁମ୍ବୁରୁଇ, ଜାନକୀ ଚାକିଆ, ବର୍ଜୁ ସିଂ, କାୟା ସିଂ ଶରତ କଲେଜ୍, ଫୁଲମତୀ ଉଚ୍ଚ ବାଳିକା, ଶରତ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଣ୍ଡାର ଉଚ୍ଚ ବିଦ୍ୟାଳୟ, ରାଣୀପୋଖରୀ ଉଚ୍ଚ ବିଦ୍ୟାଳୟକୁ ବନ୍ଦ କରିଥିଲେ ।
˜ ମାଲକାନଗିରି: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ମୃତୁ୍ୟ ଘଟଣାକୁ ନେଇ ସାରା ରାଜ୍ୟରେ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଜିଲ୍ଲା କଂଗ୍ରେସ ଦଳ ସଭାପତି ଜି ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ଜିଲ୍ଲା ସଦର ମହାକୁମା ଠାରେ ଓଡିଶା ବନ୍ଦକୁ ସମର୍ଥନ କରି ବସଷ୍ଟାଣ୍ଡ, ଡିଏନକେ, କଲେଜ, ବାଲିମେଳା ଛକ ସହ ବିଭିନ୍ନ ଛକ ଠାରେ ଶତାଧିକ କଂଗ୍ରେସ କର୍ମୀ ପିକେଟିଂ କରିବା ସହ ଯାନବାହନ ଅଟକାଇଥିଲେ । ଏହା ଦ୍ୱାରା ଜିଲ୍ଲା ସଦର ସହିତ ସାତଟି ଯାକ ବ୍ଲକରେ ଦୋକାନ ବଜାର, ଯାନବାହାନ ଚଳାଚଳ ସକାଳ ୬ଟା ଠାରୁ ବନ୍ଦ ରହିଥିଲା । ଏହା ଦ୍ୱାରା ଯାତ୍ରୀ ଓ ସାଧାରଣ ଯାତାୟତରେ ମଧ୍ୟ ସମସ୍ୟା ଭୋଗିଥିଲେ । ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତୁ୍ୟ ଘଟଣାକୁ ନିନ୍ଦା କରି, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା, ମୃତ ପରିବାରକୁ ନ୍ୟାୟ, କ୍ଷତିପୂରଣ ଦାବି କରିଛି କଂଗ୍ରେସ ଦଳ । ଏଥିରେ ମାଲକାନଗିରି ନଗର କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ସମେତ ସିପିଆଇ, ସିପିଏମ୍ ଆଦି ଦଳ ସାମିଲ୍ ହୋଇଥିଲେ । ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସହର ଓ ବିଭିନ୍ନ ବ୍ଲକ, ଜିଲ୍ଲାପାଳ ଅଫିସ ସହିତ ଅନ୍ୟାନ ଅଫିସ ସମ୍ମୁଖରେ ପୁଲିସ ମୁତୟନ ସହିତ କଡା ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା । ଏହି ଆନେ୍ଦାଳନରେ ଜିଲ୍ଲା କଂଗ୍ରେସ ସଭାପତି ଜି ଶ୍ରୀନିବାସ ରାଓ, ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର, କେଶୁ ରାଓ, ପଦ୍ମ ପାଙ୍ଗି, ପ୍ରଭାକର ପାଳ, ପର୍ଶୁରାମ ଭକ୍ତ, ପ୍ରାଣକୃଷ୍ଣ ମଣ୍ଡଳ, ରହିମ ଖାନ, କୃଷ୍ଣ ଚନ୍ଦ୍ର ଅନୁଗୁ, ଇର୍ମା ପଡିଆମୀ, ପୁଷ୍ପା ରାଣୀ କବାସୀ, ଭୀମା ବାର୍ଶେ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ବାଲିମେଳା ଛକ ଠାରେ ସିପିଆଇଏମ ଜିଲ୍ଲା ସମ୍ପାଦକ ବ୍ରଜ ମାଝୀଙ୍କ ନେତୃତ୍ୱରେ ପିକେଟିଂ ସହ ବନ୍ଦ ପାଳନ ହୋଇଥିଲା ।
˜ ତାଳଚେର : ବାଲେଶ୍ୱର ଫକୀରର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତୁ୍ୟର ନ୍ୟାୟ ଅଧିକାର ପ୍ରତିବାଦରେ ପ୍ରଦେଶ କଂଗ୍ରେସର ଆହ୍ୱାନକ୍ରମେ ଦେଇଥିବା ଓଡ଼ିଶା ବନ୍ଦ ଡ଼ାକରା ତାଳଚେରରେ ସଫଳ ହୋଇଛି । ତାଳଚେର କଂଗ୍ରେସ କମିଟି ପକ୍ଷରୁ ସକାଳ ୬ଘଟିକା ସମୟରୁ ଯାନବାହାନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଦୋକାନ ବଜାର, ସରକାରୀ, ବେସରକାରୀ, ସ୍କୁଲ, କେଲଜ, ବିଭିନ୍ନ ଅନୁଷ୍ଠାନ, ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା । ତାଳଚେର ଅଞ୍ଚଳରେ ଥିବା ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ଠପ୍ ହୋଇଯାଇଥିଲା । କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଏହି ବନ୍ଦକୁ ସଫଳ କରିଥିଲେ । ଗାଡ଼ିମଟର ବନ୍ଦ ଯୋଗୁଁ ଯାତ୍ରୀମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ବନ୍ଦ ପାଳନ ବେଳେ କଂଗ୍ରେସର ପୂର୍ବତନ ବ୍ଲକ ଚେୟାର ମ୍ୟାନ ଦିଗାମ୍ବର ଗଡ଼ନାୟକ, ପୂର୍ବତନ ଜିଲ୍ଲା ପରିଷଦ ରାଜକିଶୋର ସାହୁ, ପୂର୍ବତନ ନଗରପାଳ କେଶବ ଭୂତିଆ, ପ୍ରଦୀପ ମହାରଣା, ସଂଗ୍ରାମ କୁଅଁର, ପୁଷ୍ପକ ସ୍ୱାଇଁ, ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ଦାସରଥି ସାହୁ, ଗଣପତି ସାହୁ, ସନ୍ତୋଷ ବେହେରା, ଦିଲ୍ଳୀପ ମହାପାତ୍ର, ସନ୍ତୋଷ ମହାରଣା, ଏସୟୁସିଆଇ ସଂଗଠନର କର୍ମକର୍ତ୍ତା ପ୍ରମୁଖଙ୍କ ସହଯୋଗରେ ବନ୍ଦ ସଫଳ ହୋଇଥିଲା ।
˜ ଅନୁଗୁଳ : ଅନୁଗୁଳରେ କଂଗ୍ରେସ ଓ ଏସୟୁସିଆଇ ପକ୍ଷରୁ ପିକେଟିଂ ଓ ଶୋଭାଯାତ୍ରା କରି ଓଡିଶା ବନ୍ଦ ଡାକରାରେ ସାମିଲ ହୋଇଥିଲେ । କଂଗ୍ରେସ ଜିଲ୍ଲା ସଭାପତି ଅମ୍ବିକା ଭଟ୍ଟ ଓ ବରିଷ୍ଠ ନେତ୍ରୀ ଇଂ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଶହ ଶହ କର୍ମୀ ଯୋଗ ଦେଇ ରାସ୍ତାଘାଟ, ଗାଡିମଟର, ଦୋକାନ, ବଜାର ଅଫିସ ଆଦି ବନ୍ଦ କରି ଆନେ୍ଦାଳନକୁ ସଫଳ କରିଥିଲେ । ଫଳରେ ଅନୁଗୁଳ ସହର ଜନଶୂନ୍ୟ ଦେଖିବାକୁ ମିଳିଥିଲା । ଆଉ ଯେଉଁ ଅଫିସ, ଦୋକାନ ଗୁଡିକ ଖୋଲିଥିଲା ସେମାନଙ୍କୁ ଫୁଲ ଦେଇ ବନ୍ଦ କରିବାକୁ ନିବେଦନ କରିଥିଲେ । ଜିଲ୍ଲାପାଳଙ୍କ ଅଫିସ ଠାରୁ ଆରମ୍ଭ କରି ସମସ୍ତ ଅଫିସ ଆଗରେ କର୍ମୀମାନେ ପଇଁତରା ମାରିଥିଲେ । ତେଣୁ ସବୁ ଅଫିସ ଗେଟ ବନ୍ଦ ରଖିବା ସହ ପୁଲିସ ମୁତୟନ କରାଯାଇଥିଲା । ବଡକେରା, ନାଲକୋ, କୁମଣ୍ଡ ହୁଲୁରିଶିଙ୍ଘା, ବନରପାଳ ଆଦି ଜାଗାରେ କର୍ମୀ ନେତା ଧାରଣ ଦେଇ ରାସ୍ତା ଉପରେ ବସି ରହିଥିଲେ । ଏହି ବନ୍ଦ ଡାକରାରେ କଂଗ୍ରେସ ନେତା ପ୍ରବୋଧ ସ୍ୱାଇଁ, ସୁଦୀପ ମିଶ୍ର, ରଶ୍ମୀରଞ୍ଜନ ସାହୁ, ନୀଳକଣ୍ଠ ନାଏକଙ୍କ ସମେତ ବହୁ ସିଏଚଏଚଟିର ନେତା କର୍ମୀ ଅଂଶ ଗ୍ରହଣ କରିଥିଲେ ।
˜ ଗୁଣୁପୁର: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ମୃତୁ୍ୟ ଘଟଣାକୁ ନେଇ ସାରା ରାଜ୍ୟରେ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଥିବା ବେଳେ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ନିର୍ବାଚନ ମଣ୍ଡଳୀରେ ପାଞ୍ଚାଟି ବ୍ଲକ୍ ଯଥା ଗୁଣୁପୁର, ପଦ୍ମପୁର, ରାମନାଗୁଡ଼ା, ଗୁଡାରି, ଚନ୍ଦ୍ରପୁର ବ୍ଲକ୍ରେ କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଥିଲା । ଗୁଣୁପୁର ବାଇପାସ୍ ଛକରେ କଂଗ୍ରେସ ବିଧାୟକ ଓ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରି ସରକାର ବିରୋଧରେ ନାରାବାଜି ଦେଇଥିଲେ । ଛାତ୍ରି ଆତ୍ମାହୁତି ଘଟଣାର ଉଚସ୍ତରୀୟ ତଦନ୍ତ କରି ନ୍ୟାୟ ପ୍ରଦାନ କରିବ ଆଇନ୍ ବ୍ୟବସ୍ଥାକୁ ସୃଦୁଢ କରିବା, ମୁଖ୍ୟମନ୍ତ୍ରୀ ଓ ଗଣ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ପାଇଁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗ ।
˜ ଟାଙ୍ଗୀ-ଚୌଦ୍ୱାର : ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିସିଙ୍କ ଆତ୍ମାହୁତି ଘଟଣାକୁ ନେଇ ସାରା ରାଜ୍ୟରେ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଥିବା ବେଳେ ଏହାର ପ୍ରଭାବ ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଚୌଦ୍ୱାର ପୌରାଞ୍ଚଳରେ ଗାନ୍ଧିଛକ ନିକଟରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ବନ୍ଦ ପାଳନ କରୁଥିଲେ । ଯାହାଫଳରେ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା । ପରେ ସମସ୍ତ ସରକାରୀ ଅଫିସ, ବ୍ୟାଙ୍କ ଦୋକାନକୁ ବନ୍ଦ କରିଥିଲେ । ଚୌଦ୍ୱାରରେ ମିଳିତ ଭାବେ ବିଜୟ ବେହେରା, ରମେଶ ନାୟକ, ହରିହର ଭରଶସକ୍ସବ, ମୋନାଲିସା ଦାସ, ରାଜୀବ ମହାନ୍ତି, କୈଳାସ ସାହାଣୀ, ସଂଗୀତା ସ୍ୱାଇଁ ସମେତ ଶତାଧିକ କର୍ମୀ ଏହି ଆନେ୍ଦାଳନରେ ସାମିଲ ହୋଇଥିଲେ ।
˜ ଖଣ୍ଡପଡ଼ା: କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଆନେ୍ଦାଳନ ଡାକରା ପରିପ୍ରେକ୍ଷୀରେ କଂଗ୍ରେସ ନେତ୍ରୀ ବିନୋଦିନୀ ମହାନ୍ତି ଓ ବୈଜୟନ୍ତୀମାଳା ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ କର୍ମୀ ,କର୍ମକର୍ତ୍ତାମାନେ ହାତରେ ପ୍ଲାକାର୍ଡ ଧରି ସହର ପରିକ୍ରମା କରିବା ସହ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରିଥିଲେ ।ଖଣ୍ଡପଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ନେତ୍ରୀ ଓ ନେତାମାନେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତୁ୍ୟ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ସମଗ୍ର ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ । ନ୍ୟାୟ ପାଇବା ପାଇଁ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରି ଯାଇଥିବା ଛାତ୍ରୀ ସୌମ୍ୟାଶ୍ରୀ ମୃତୁ୍ୟ ପାଇଁ ଦାୟୀ ସମସ୍ତଙ୍କ ବିରୁଦ୍ଧରେ ଆଇନ ଅନୁଯାୟି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦଳୀୟ ନେତାମାନେ ଦାବି କରିଥିଲେ । କଂଗ୍ରେସ ସଂଗଠକ ଦେବାଶିଷ ପରମଗୁରୁ,ଖଣ୍ଡପଡା ନଗର କଂଗ୍ରେସ ସଭାପତି ସନ୍ତୋଷ ସାହୁଙ୍କ ସମେତ ଦଳୀୟ କର୍ମୀ ଓ ମହିଳାମାନେ କାର୍ଯ୍୍ୟକ୍ରମରେ ଯୋଗ ଦେଇଥିଲେ ।
˜ ରାଜକନିକା: ବାଲେଶ୍ୱର ଏଫ. ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତୁ୍ୟ ଘଟଣାର ନ୍ୟାୟ ଦାବୀରେ ବିଜୁ ଯୁବ ଛାତ୍ର ଜନତା ଦଳର ଜିଲ୍ଲା ଉପସଭାପତି ପ୍ରକାଶ ସେନାପତିଙ୍କ ନେତୃତ୍ୱରେ ଆଜି ରାଜକନିକା ବ୍ଲକର ଓଳାଭର ମହାବିଦ୍ୟାଳୟ ଓ ଏସ ଏନ ମହାବିଦ୍ୟାଳୟର ବିଜୁଯୁବ-ଛାତ୍ର ଜନତା ଦଳ ପକ୍ଷରୁ ମୋହନ ମାଝୀ ହାଏ ହାଏ ଶିକ୍ଷା ମନ୍ତ୍ରୀ ହାଏ ହାଏ ବିଜେପି ସରକାର ଡାଉନ ଡାଉନ ଏମିତି ନାରାବାଜି କରିବା ସହିତ ଏସ ଏନ କଲେଜ ଗେଟ ସମୁଖ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଟାୟାର ଜାଳି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟ ବଂଶୀ ଏବଂ ବାଲେଶ୍ୱର ସାଂସଦ ପ୍ରାତପ ଷଡ଼ଙ୍ଗୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ସେହିପରି ଓଳାଭର କଲେଜ ର ବିଜୁ ଯୁବ ଛାତ୍ର ଜନତା ଦଳର ଛାତ୍ର ଛାତ୍ରୀ ମାନେ ଓଳାଭର କଲେଜ ରୁ ବିକ୍ଷୋଭ ଆରମ୍ଭ କରି ଓଳାଭର ମାର୍କେଟ ଦେଇ ଓଳାଭର ଡିଗ୍ରୀ କଲେଜ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଥିଲା ।
˜ନାଉଗାଁ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ବଚ୍ଛଳୋ ସରପଞ୍ଚ ପ୍ରିୟଦର୍ଶିନୀ ଲେଙ୍କାଙ୍କ ନେତୃତ୍ୱରେ ସୌମ୍ୟଶ୍ରୀ ବିଶି ମୃତୁ୍ୟ ଘଟଣାର ପ୍ରତିବାଦ କରି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ପଞ୍ଚାୟତ ଅଫିସରୁ ବାହାରି ସମଗ୍ର ଗ୍ରାମ ପରିକ୍ରମା କରାଯାଇଥିଲା । ଫକୀର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହିତ, ଆଗକୁ ଏଭଳି ଘଟଣା ନଘଟୁ ଏଥିପ୍ରତି ସରକାର ସଚେତନ ରହିବା ସହିତ ଟୋଲ ଫ୍ରି ନମ୍ବର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଏବଂ ଓଡିଶାର ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନରେ ଛାତ୍ରଛାତ୍ରୀମାନେ କିପରି ସୁରକ୍ଷିତ ରହିବେ ତାର ବ୍ୟବସ୍ଥା ମଧ୍ୟ ସରକାର କରିବାକୁ ଦାବି କରାଯାଇଛି । ଶୋଭାଯାତ୍ରାରେ ବଛାଳୋ ପଞ୍ଚାୟତ ସରପଞ୍ଚଙ୍କ ସହିତ ଚିତ୍ତରଞ୍ଜନ ନାୟକ, ସତ୍ୟଜିତ ନାୟକ, ଗୌରବ ମହାପାତ୍ର, ବଚ୍ଚନ ନାୟକ, ଭାରତୀ ନାୟକ, ପ୍ରଭାତ ମଲ୍ଲିକ ପ୍ରମୁଖ ଉପସ୍ଥିତଥିଲେ ।