ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ

 କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଅଁରା ସ୍ଥିତ ଶ୍ରୀ ମେଟାଲିକ୍ସ କାରଖାନା ପରିସରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଶ୍ରୀ ମେଟାଲିକ୍ସ ଲିଃ ର ବରିଷ୍ଠ ସଭାପତି ସରୋଜ କୁମାର ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସେଠାରେ ଉପସ୍ଥିତ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଶ୍ରମିକଙ୍କୁ ଉଦ୍ବୋଧନ ଦେଇ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟାନ୍ୟ ବୀର ସ୍ୱାଧିନତା ସଂଗ୍ରାମୀ ଓ ବୀର ସହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାଧରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ କାରଖାନାର ଅଭିବୃଦ୍ଧି ଓ ସଂପ୍ରସାରଣରେ ବାଂଶପାଳବାସୀ ସର୍ବୋପରି ଅଁରା ତଥା ପାଶ୍ୱର୍ବର୍ତ୍ତୀ ଗ୍ରାମବାସୀଙ୍କ ସହଯୋଗ ଓ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟ ଅର୍ଥନୀତିର ଉନ୍ନତିରେ ଶିଳ୍ପର ବେଶ ଗୁରୁତ୍ୱପୂର୍ଣର୍ ଭୂମିକା ରହିଛି । ଖଣିଜ ସମ୍ପଦକୁ ବ୍ୟବହାର କରି ଶିଳ୍ପ ପ୍ରତିଷ୍ଠା କରି ଏକ ସମୃଦ୍ଧ ଓଡିଶା ଗଢିବାରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । କାରଖାନାର ବୈଷୟିକ ମୁଖ୍ୟ ତଥା ଉପ ସଭାପତି ବିଏନ୍ ପ୍ରସାଦ, ମାନବ ସମ୍ବଳ ବିଭାଗ ମୁଖ୍ୟ ଶିଶିର ରାଉତ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ରାଜ୍ୟ ଶିଳ୍ପ ମାନଚିତ୍ରରେ ଏହି କାରଖାନାର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି କହିଥିଲେ । ସ୍ଥାନୀୟ ଅଁରା ଗ୍ରାମର ବିଦ୍ୟାଧର ବାରିକ, ଚତ୍ତୁର୍ଭୁଜ ବାରିକ, ତନୁ ବାରିକ, ପ୍ରଭାକର ବାରିକ ପ୍ରମୁଖ ଉଦ୍ବୋଧନ ଦେଇ ଏକତା ହେଉଛି ରାଷ୍ଟ୍ରର ବଳ, ସମସ୍ତଙ୍କ ମଧ୍ୟରେ ଏକତା ରହିଲେ ଦେଶ ଆଗକୁ ବଢିପାରିବ ବୋଲି କହିଥିଲେ । ଏହି ଉତ୍ସବରେ କାରଖାନା ଅଧିକାରୀ ଜ୍ଞାନରଞ୍ଜନ ସ୍ୱାଇଁ, ବିନୋଦ ମହାନ୍ତି, ଆଲମୁରୁ ରମେଶ, ଅମରେଶ ଲେଙ୍କା, ନିହାର ରଞ୍ଜନ ପରିଡା, ଶରତ କୁମାର ପ୍ରଧାନ,ଦେବବ୍ରତ ମେହେର, ମୁକୁଲ ଦତ୍ତ, ଅପୂର୍ବ ହୁଇ,ପ୍ରଭାତ କୁମାର ପ୍ରଧାନ, ଚକ୍ରଧର ପରିଡା, ଇଞ୍ଜାମାମ ଉଲହକ୍, ବିଜୟ ବାରିକ, ସୁଶିଲ କୁମାର ଭୂୟାଁ, ବିଶ୍ୱଜିତ୍ ପଟ୍ଟନାୟକ, ଅବନୀ ବିଶ୍ୱାଳ, ସୁରଥ ମହାନ୍ତ, ଚିନ୍ମୟ ରାଉତ, ଅଫ୍ତାବ ଆଲାମ, ଦୂର୍ଗାପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସୁରକ୍ଷା ପରିଚାଳକ ଶେଷଦେବ ବେହେରା, ଆସରଫ୍ ଅଲ୍ଲୀ ହଜାରୀ ଓ ସହ ପରିଚାଳକ ସୁମନ୍ତ ରାଉତ ପ୍ୟାରେଡ ପରିଚାଳନା କରିଥିଲେ । 
ବାଲୁଙ୍ଗା,୨୭ା୧: ବାଲୁଙ୍ଗା ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ୭୬ତମ ସ୍ୱତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବାଲୁଗାଁ ବିଜ୍ଞପିତ ଅଞ୍ଚଳ ପରିଷଦରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପରିଷଦର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ପତାକା ଉତ୍ତୋଳନ କରି ପରିଷଦର ସମସ୍ତ ସଭ୍ୟ ଓ ସଭ୍ୟା ଏବଂ କାର୍ଯ୍ୟାଳର କର୍ମଚାରୀଙ୍କୁ ଉଦ୍ବୋଧ ଦେଇ କହିଥିଲେ ଆଜିର ଏହି ପବିତ୍ର ଦିନରେ ସଂକଳ୍ପ ନେବା ଯେ, ଯେଉଁଥିରେ ଥାଆନ୍ତୁନା କାହିଁକି ନିଷ୍ଠା ଓ ବିଶ୍ୱର ସହ କର୍ତ୍ତବ୍ୟ କଲେ ଆମେ ଜନତାଙ୍କର ଆସ୍ଥା ଭାଜନ ହେବା ସଙ୍ଗେ ନିକଟତର ହୋଇପାରିବା । ଏହା ପରେ ଅଧ୍ୟକ୍ଷା ସ୍ଥାନୀୟ ଅଂଚଳର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମରେ ଭାଗ ନେଲେ ।
ାା ପ୍ରଭାନୁ୍ୟଜ୍ ।ା ଜଟଣୀ,୨୭ା୧: ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ସ୍ଥିତ ଜଗନ୍ନାଥ ସଂସ୍କୃତ କଲେଜରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶଙ୍କର୍ଷଣ ଦାଶ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସଭାରେ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ଅତିଥି ଭାବେ ଯୋଗ ଦେଇ ଦେଶ ମହାପୁରୁଷଙ୍କ ବଳିଦାନର ଗାଥା ଶୁଣାଇଥିଲେ । ସଭାରେ ପୂର୍ବତନ ପରିଚାଳନା ପରିଷଦର ସଦସ୍ୟ ସବିତା ରାଣୀ ପଣ୍ଡା, ଅଧ୍ୟାପକ ସୁବାଷ ନାୟକ, ଚନ୍ଦ୍ରକାନ୍ତ ବେହେରା, ମନୋଜ କୁମାର ରାଉତ, ଶିକ୍ଷା କର୍ମଚାରୀ ଉତ୍ତମ ବିଶ୍ୱାଳ, ଶଙ୍କର୍ଷଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସମସ୍ତ ଛାତ୍ରଛାତ୍ରୀ ପ୍ୟାରେଡ କରି ଗ୍ରାମ ବଜାର ପରିକ୍ରମା ପୂର୍ବକ  ଭାରତ ମାତାକି ଜୟ, ସାଧାରଣତନ୍ତ୍ର ଦିବସ କି ଜୟ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା । ସେହିପରିବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପତାକା ଉତ୍ତୋଳନ ପୂର୍ବକ ଦେଶ ସ୍ୱାଧୀନତା ସମୟରେ ବଳିଦାନ ଦେଇଥିବା ବୀର ପୁରୁଷଙ୍କ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପରେଡ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା  ।
ସେହିପରି ରାମଚନ୍ଦ୍ରପୁର ବଜାରରେ ଅବସ୍ଥିତ ଆଶା ପ୍ଲେ ସ୍କୁଲ ପରିସରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଡ. କୃଷ୍ଣ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତଅତିଥି ଭାବେ ନିରଞ୍ଜନ ବେହେରା, ଅନ୍ୟତମଅତିଥି ଭାବେ ସ୍କୁଲ କୋ- ଫାଉଣ୍ଡର ପ୍ରଦୀପ୍ତ ଶତପଥୀ, ଜ୍ୟୋତିର୍ବିଦ ଜଗନ୍ନାଥ ଦାଶ, ଯୁବ ଇଞ୍ଜିନିୟର ଅଂଶୁମାନ ଶତପଥୀ ଯୋଗଦେଇଥିଲେ । ଛାତ୍ରଛାତ୍ରୀଙ୍କ ସମେତ ଅଭିବାବକ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଅତିଥିମାନେ ଗଣତନ୍ତ୍ର ଦିବସର ଗୁରୁତ୍ୱ ଓ ମହତ୍ତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ କହିଥିଲେ । ସ୍କୁଲ ଅଧ୍ୟକ୍ଷା ବିଜୟିନୀ ଦାଶ ସଭା ପରିଚାଳନା କରିଥିବାବେଳେ, ସ୍କୁଲ ଶିକ୍ଷୟିତ୍ରୀ ଦୀପ୍ତିମୟୀ ମଙ୍ଗରାଜ, ପୂଜା ସାମନ୍ତରାୟ, ଜୟଲଷ୍ମୀ କାନୁନଗୋ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଇଲା ସାମନ୍ତରାୟ ଧନ୍ୟବାଦ ପ୍ରଦାନ କରିଥିଲେ ।
 ଜଟଣୀ,୨୭ା୧: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ୭୬ତମ ଗଣତନ୍ତ୍ର ଦିବସକୁ ପାଳନ କରି ଦେଶର ଜାତୀୟ ଥିମ୍ ‘ସ୍ୱର୍ଣ୍ଣିମ ଭରତ, ବିରାସତ୍ ଔର ବିକାଶ’ ସହିତ ଯୋଗ ଦେଇଛି । ଏହି ଅବସରରେ ଆଇଆଇଟି ଭୁବନେଶ୍ୱରର ନିଦେ୍ର୍ଦଶକ ପ୍ରଫେସର ଶ୍ରୀପଦ୍ କରମଲକର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆଇଆଇଟି ଭୁବନେଶ୍ୱରର ବୋର୍ଡ ଅଫ ଗଭର୍ନରସ ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ସିଂ ଏହି ଉତ୍ସବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରାଜେଶ ରୋଶନ ଦାଶ, ଡିନ୍ (ଛାତ୍ର ବ୍ୟାପାର), ପ୍ରଶାନ୍ତ କୁମାର ସାହୁ, ଡିନ୍ (ଆଲୁମିନି ବ୍ୟାପାର ଏବଂ ଆନ୍ତର୍ଜାତୀୟ ସମ୍ପର୍କ), ବାମଦେବ ଆଚାର୍ଯ୍ୟ ରେଜିଷ୍ଟ୍ରାର୍, ଡ. ଶ୍ରୀନିବାସ ରାମାନୁଜାମ କନ୍ନନ୍, ପ୍ରଫେସର ଇନ୍ଚାର୍ଜ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ ଆଇଆଇଟି ଭୁବନେଶ୍ୱର ପରିସରରେ ମଧ୍ୟ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ପ୍ରଫେସର ଶରତ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଡକ୍ଟର ରାଜ କେ. ସିଂ, ଆସୋସିଏଟ୍ ପ୍ରଫେସର, ଆଇଆଇଟି ଭୁବନେଶ୍ୱର ଏବଂ ବିଦ୍ୟାଳୟର ପ୍ରିନ୍ସିପାଲ ଚକ୍ରଧର ପୃଷ୍ଟି ଉପସ୍ଥିତ ଥିଲେ । ଏହି ଉସôବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ ।