ଚାଲ ସ୍କୁଲ ଯିବା ନେଇ ପଞ୍ଚାୟତସ୍ତରୀୟ ବୈଠକ 

 ମାଲକାନଗିରି : ମାଲକାନଗିରି ଜିଲ୍ଲା ତଣ୍ଡିକି ଗ୍ରାମ ପଞ୍ଚାୟତ ସ୍ତରୀୟ ବୈଠକ ଶିକ୍ଷକ ଉମାକାନ୍ତ ଡଙ୍ଗିରି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଛି । ପଞ୍ଚାୟତ ର ୧୨ ଟି ପ୍ରାଥମିକ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚÿ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ  । ଏହି କାର୍ଯ୍ୟକ୍ରମରେ  ଅତିଥି ଭାବେ ପରିମଳ ଫାଉଣ୍ଡେସନ ଜିଲ୍ଲା ସଯୋଜକ ବିକାଶ କୁମାର ଗୁପ୍ତା,  ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଣ୍ଡିକି ଦୟାନିଥି ନିମାଲ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି  ତାରକ୍ ମଣ୍ଡଳ, ସରପଞ୍ଚ ବାବୁଲା ପଡ଼ିଆମି,  ଉପସ୍ଥିତିରେ ବିଦ୍ୟାଳୟ ପରିତ୍ୟାଗୀ ତଥା ଆଦୌ ନାମ ଲେଖାଇ ନଥିବା ଏବଂ ଅଧାରୁ ଛାଡ଼ିଥିବା ପିଲାଙ୍କୁ ନେଇ କିପରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ୧୨ ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଶିକ୍ଷୟତ୍ରୀଙ୍କୁ ନେଇ ଚର୍ଚ୍ଚା ଏବଂ ଆଲୋଚନା ହୋଇଥିଲା । ବୈଠକର ପ୍ରାରମ୍ଭରେ ଶିକ୍ଷକ ପ୍ରଦୀପ କୁମାର ଦଳେଇ  ସ୍ୱାଗତ ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଗ୍ରାମ ପଞ୍ଚାୟତ ସ୍ତରୀୟ  ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଯ୍ୟାୟ କ୍ରମେ '' ଆସ ସ୍କୁଲ ଯିବା କମିଟି ଗଠନ କରିବା ପାଇଁ ନିମ୍ନ ଲିଖିତ ଶିକ୍ଷକ, ପ୍ରଧାନଶିକ୍ଷକ, ତଥା ପଞ୍ଚାୟତର ସରପଞ୍ଚ/ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତି ବୃନ୍ଦଙ୍କୁ ନେଇ କମିଟିର ସଭ୍ୟ ସଭ୍ୟା ଭାବରେ ଚୟନ କରାଯାଇଥିଲା । ଏହିଭଳି ବିଦ୍ୟାଳୟ ଡ୍ରପ ଆଉଟ ପିଲାଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ ପାଇଁ '' ଗ୍ରାମ ପଞ୍ଚାୟତ ସ୍ତରୀୟ କମିଟି ଗଠନ ହୋଇଥିଲା ।