ବିଶ୍ୱବିଦ୍ୟାଳୟରେ ହେବ ପ୍ଲାଷ୍ଟିକ୍ ମୁକ୍ତ କର୍ମଶାଳା
ବାରଙ୍ଗ: ଏକ ସୁନ୍ଦର ଓ ସବୁଜ ପୃଥିବୀ ଗଠନ ଦିଗରେ ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ନୀରବଚ୍ଛିନ୍ନ ଭାବରେ ତାହାର ଉଦ୍ୟମ ଅବ୍ୟାହତ ରଖିଛି । ବିଶ୍ୱବିଦ୍ୟାଳୟର ରୋଭର୍ ଆଣ୍ଡ୍ ରେଞ୍ଜର୍ ୟୁନିଟ୍ ପକ୍ଷରୁ ଏଥିପାଇଁ ଜୁଲାଇ ୧୧ତାରିଖ ଶୁକ୍ରବାର ବିଶ୍ୱବିଦ୍ୟାଳୟ ପରିସରରେ ଏକ କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଭାରତ ସ୍କାଉଟ୍ସ ଆଣ୍ଡ୍ ଗାଇଡ୍ସ ରାଜ୍ୟ ଶାଖା ଓ ଭୁବନେଶ୍ୱର ସ୍ଥିତ ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ୍ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୪୦ଟି ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଯୋଗ ଦେବେ । ଏଥିପାଇଁ କୌଣସି ପ୍ରବେଶିକା ଶୁଳ୍କ ନିଆଯାଉ ନ ଥିବା ବେଳେ ନବମରୁ ଦ୍ୱାଦଶ ଏବଂ ଅଣ୍ଡର ଗ୍ରାଜୁଏଟ୍ ବିଦ୍ୟାର୍ଥୀମାନେ ନିଜ ନିଜ ସ୍କୁଲ୍ କିମ୍ବା କଲେଜର ଫ୍ୟାକଲ୍ଟି ସଦସ୍ୟଙ୍କ ସହ ଯୋଗ ଦେଇପାରିବେ । ପ୍ଲାଷ୍ଟିକ୍ ପ୍ରଦୂଷଣ ବିରୋଧରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷର ସ୍ଲୋଗାନ୍ ରହିଛି ‘ବିଟ୍ ପ୍ଲାଷ୍ଟିକ୍ ପଲୁ୍ୟସନ୍: ଷ୍ଟେପ୍ସ ଟୁ ଏ ଗ୍ରୀନର୍ ପ୍ଲାନେଟ୍ । ଏହି କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଛାତ୍ରଛାତ୍ରୀମାନେ ଆଗୁଆ ପଞ୍ଜିକରଣ କରିପାରିବେ ବୋଲି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ରୋଭର୍ ସ୍କାଉଟ୍ ଲିଡର ଡ. ସନ୍ଦୀପ ରାଉତ ସୂଚନା ଦେଇଛନ୍ତି ।