ପରିବା ଦର ଆକାଶଛୁଅାଁ, ବାଇଗଣ ୧୦୦କୁ ବିଲାତି ୭୦
ବିଞ୍ଝାରପୁର/ରସୁଲପୁର : ବଜାରରେ ସମସ୍ତ ଖାଉଟି ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ । ଲଗାଣ ବର୍ଷା ଯୋଗୁଁ ବିଶେଷ କରି ବଜାରରେ ବର୍ତମାନ ସବୁଜ ପନିପରିବାରେ ହାତ ମାରିବା କଷ୍ଟକର ହେଇପଡୁଛି । ପ୍ରଥମେ ରାସନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଓ ଏବେ ସବୁଜ ପନିପରିବାର ଦର ବୃଦ୍ଧି ଯୋଗୁଁ ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଓଡ଼ିଶାର ପ୍ରମୁଖ ଚାଷୀ ଅଞ୍ଚଳ ଭାବରେ ରସୁଲପୁର ବ୍ଲକ ଜଣାଶୁଣା । ବ୍ଲକର ୮୦ପ୍ରତିଶତ ପରିବାର ଚାଷ ଉପରେ ନିର୍ଭର କରିଥାନ୍ତି । ହେଲେ ବର୍ଷା ପାଇଁ ଚାଷୀ କୁଳ ଏବେ ସ୍ୱବଶାନ୍ତ ହୋଇଯାଇଛି । ଏହି ଅଂଚଳରେ ବେଶୀ ଉତ୍ପାଦନ ଫସଲ ହେଉଥିବା କାକୁଡି, ପୋଟଳ, ଜହ୍ନି, ବାଇଗଣ, ଭେଣ୍ଡି, ଝୁଡୁଙ୍ଗ, ବୋଇତାଳୁ, କଲରା ବିଲରେ ନଷ୍ଟ ହୋଇଗଲାଣି । ଅଚାନକ ଲଘୁଚାପ ବର୍ଷା ପାଇଁ ଗଛ ମୂଳରେ ପାଣି ଜମି ନଷ୍ଟ ହେଇଯାଇଛି । ଅମଳ କମ ହେବା ଫଳରେ ପରିବା ଆବଶ୍ୟକ ଅନୁସାରେ ବଜାରକୁ ନ ଆସିବାରୁ ମୂଲ୍ୟ ଆକାଶଛୁଅାଁ ହୋଇପଡିଛି । ସବୁ ପରିବାର ମୂଲ୍ୟ ଆଜି ୫୦ଟଙ୍କା ଉପରେ ଥିବାରୁ ଏହା ଗରୀବ ଏବଂ ମଧ୍ୟମ ବର୍ଗ ପରିବାର ପାଇଁ କିିଣିବା ମୁସ୍କିଲ ହୋଇପଡ଼ିଛି । ପରିବାମୂଲ୍ୟ ପରକ୍ଷିରେ ବାଣଗଣ କେଜି ୧୦୦ ଟଙ୍କାରେ ପହଁଚିଥିବା ବେଳେ ବିଲାତି କେଜି ୭୦ଟଙ୍କା ଉପରେ ରହିଛି । କଖାରୁକୁ ଛାଡିଦେଲେ ପ୍ରାୟତ କୈାଣସି ପରିବାର ୫୦ଟଙ୍କା ତଳକୁ ନାହିଁ । ପୋଟଳ ୬୦, କୋବି ୬୦,ବନ୍ଧାକୋବି ୫୦,କଲରା ୮୦,ଜହ୍ନି ୫୦, ଭେଣ୍ଡି ୫୦, ଛୁଇଁ ୧୬୦,କଂଚାଲଙ୍କା ୨୦୦, ବିନ୍ସ ୨୦୦, ଝୁଡଙ୍ଗ ୮୦, କାଙ୍କଡ ୭୦ ଓ କାକୁଡ଼ି କିଲୋ ୬୦ ଟଙ୍କା ଉପରକୁ ରହିଛି । ସବୁ ପନିପରିବାର ଏଭଳି ଆକାଶଛୁଆଁ ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି । ଚଳିତ ବର୍ଷ ପାଣି ପାଗ ଅନୁକୂଳ ବା ଉପଯୋଗୀ ନ ଥିବାରୁ ସ୍ଥାନିୟ ଅଞ୍ଚଳରେ ପନିପରିବା ଉତ୍ପାଦନ ବହୁ ପରିମାଣରେ ହ୍ରାସ ପାଇଛି । ଫଳରେ ଖାଉଟିଙ୍କ ଆବଶ୍ୟକତା ପୂରଣ ପାଇଁ ବାହାରୁ ସବୁଜ ପନିପରିବା ଆମଦାନୀ କରାଯାଉଛି । ଯଦି କହିବା ଯାଜପୁରରେ ବାଇଗଣର ଘୋର ଅଭାବ ପରିଲକ୍ଷିତ ହୋଇଛି । ଉତ୍ତରପ୍ରଦେଶରୁ ନାଲି ବାଇଗଣ ପହଁଚିଲେ ଖାଉଟୀ ପାଇପାରୁଛି । ଲୋକାଲ ବାଇଗଣ ଖୋଜିଲେ କାଁ ଭାଁ ମିଳୁଛି । ବିଞ୍ଝାରପୁର ବ୍ଳକର ସିଂହପୁର, ବାଳମୁକୁଳି, ବିଞ୍ଝାରପୁର, ବିତନା, ଚିକଣା, ଉତଙ୍ଗରା ଆଦି ବଜାର ମାନଙ୍କରେ ସାପ୍ତାହିକ ପନି ପରିବା ହାଟ ବସେ । ହାଟରେ ସବୁଜ ପନିପରିବାର ଦର ଆକାଶ ଛୁଆଁ ହୋଇଥିବାରୁ ସାଧାରଣ ଗରିବ ଖାଉଟୀ ପନିପରିବା କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହିଁନ୍ତି । ଶହେ କି ଦୁଇଶହ ନୁହ ୫ ଶହ ଟଙ୍କାରେ ବ୍ୟାଗ ପୁରୁନାହିଁ ।