ଦୁର୍ଘଟଣାରେ ମୃତ କାର୍ତ୍ତିକ ସେଠୀଙ୍କ ପରିବାରକୁ ସହାୟତା ନିବେଦନ

ଆନନ୍ଦପୁର: ଶାଳପଡା କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଗତ ମାର୍ଚ୍ଚ ୧୩ତାରିଖ ସଡ଼କ ଦୁର୍ଘଟଣା ଘଟିଥିଲା । ଦୁଇଟି ବାଇକ ଉପରେ ଲୁହା ପଥର ବୋଝେଇ ଟ୍ରକ ମାଡିଯାଇଥିଲା । ଏଥିରେ ପୌରପରିଷଦର ୪ ନମ୍ବର ୱାର୍ଡ ଅନ୍ତର୍ଗତ କେଦାର ସେଠୀଙ୍କ ପୁଅ କାର୍ତ୍ତିକ (୨୫)ଙ୍କ ସମେତ ୩ ଜଣଙ୍କର ମୃତୁ୍ୟ ଘଟିଥିଲା । ମୃତ କାର୍ତ୍ତିକଙ୍କ ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବା ବେଳେ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ପୁତ୍ର ଥିଲେ । ତାଙ୍କ ମୃତୁ୍ୟ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ଆର୍ଥôକ ଅନାଟନରେ କାଳ କାଟୁଛନ୍ତି । ତେଣୁ ପ୍ରଶାସନ ହେଉ ଅଥବା ଜାତୀୟ ରାଜପଥ ବିଭାଗ ହେଉ କାର୍ତ୍ତିକଙ୍କ ପରିବାରକଆର୍ଥôକ ସହାୟତା ଯୋଗାଇ ଦେଲେ ପରିବାର ଲୋକଙ୍କ ବଞ୍ଚିବାର ମାନଦଣ୍ଡରେ ସୁଧାର ଆସନ୍ତା ବୋଲି ମୃତ କାର୍ତ୍ତିକଙ୍କ ସମ୍ପର୍କୀୟ ଭାଇ ଦୀପକ ସେଠୀ ନିବେଦନ କରିଛନ୍ତି ।