ବିଶ୍ୱ ଜନସଂଖ୍ୟା ଦିବସ

 ଢେଙ୍କାନାଳ: ଢେଙ୍କାନାଳ ସହରର ସ୍ଥାନୀୟ ଏକ ହୋଟେଲରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା) ଓ ଉକôଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ । ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ରୂପେ ଅଭାସୀ ମାଧ୍ୟମରେ ଯୋଗଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା କହିଲେ ଯେ, ୨୦୨୫ ମସିହା ସମସ୍ତଙ୍କର ସର୍ବାଙ୍ଗୀନ ବିକାଶର ବର୍ଷ ହେଉ ଓ ଜନସଂଖ୍ୟା ସଚେତନତା ହିଁ ସୁରକ୍ଷା ବୋଲି  ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ସର୍ବୋଦୟ ନେତା ଲଳିତ ବେହେରା ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ ପୂର୍ବତନ ଜିଲ୍ଲା ଜଜ୍ ଭିକାରୀ ଚରଣ ରାଉତ, ଉଫୁନାର ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ, ଶିକ୍ଷାବିତ୍ ଗୋଲକ ବିହାରୀ ବେହେରା,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ନିଜ ନିଜର ମତ ରଖିଥିଲେ ।