ଭାଗିରଥି ସାଗରରୁ ପଙ୍କ ମାଟି ନିଷ୍କାସନ ଦାବି
ଢେଙ୍କାନାଳ : ଢେଙ୍କାନାଳ ସହରର ମଧ୍ୟ ଭାଗରେ ଥିବା ଭାଗିରଥି ସାଗରରୁ ପଙ୍କ ମାଟି ସମ୍ପୂର୍ଣ୍ଣ ବାହାରକୁ ନିଷ୍କାସନ କରାଯିବା ପାଇଁ ଭାଗିରଥି ସାଗର ସୁରକ୍ଷା ସମିତି ପକ୍ଷରୁ ଦାବି କରାଯାଇଛି । ଏଥିସହିତ ଆସନ୍ତା ତିନି ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଭାଗିରଥି ସାଗର ଚତୁପାଶ୍ୱର୍ରେ ବସବାସ କରୁଥିବା ସ୍ଥାନୀୟ ଲୋକମାନଙ୍କୁ ନେଇ ଆନେ୍ଦାଳନ କରାଯିବା ନେଇ ଚେତାବନୀ ଦିଆଯାଇଛି । ପ୍ରକାଶ ଯେ, ଭାଗିରଥି ସାଗର ପୋଖରୀ ବର୍ଷେ ତଳୁ ଆରମ୍ଭ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବାବେଳେ ସହରବାସୀଙ୍କ ବାରମ୍ବାର ଦାବି ପରେ ଏହାର ପୁନଃରୁଦ୍ଧାର କାମ ଆରମ୍ଭ ହୋଇଛି । ମାତ୍ର ଭିତରୁ ବାହାରୁଥିବା ପଙ୍କ ମାଟି ବାହାରକୁ ନିଆ ନ ଯାଇ ହୁଡାର ଭିତର ଚାରିପଟେ ଗଦେଇ ଦିଆଯାଉଛି । ଯାହାକୁ ବିରୋଧ କରି ଭାଗିରଥି ସାଗର ସୁରକ୍ଷା କମିଟି ସଦସ୍ୟଙ୍କ ସମେତ ସ୍ଥାନୀୟ ଅଧିବାସୀମାନେ ନଗରପାଳିକା ଜୟନ୍ତୀ ପାତ୍ର ଏବଂ ପୌର ଯନ୍ତ୍ରୀ ରଶ୍ମିତା ମିଶ୍ରଙ୍କ ସଙ୍ଗେ ମାଟି ଖୋଳାକୁ ନେଇ ଆଲୋଚନା କରିଥିଲେ । ମାତ୍ର ଏଥିରେ କିଛି ନିର୍ଷ୍କସ ନ ବାହାରିବା ଫଳରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳ ଉପସ୍ଥିତ ନ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ । କମିଟିର ସଦସ୍ୟ ମାନେ କହିଛନ୍ତି ଯେ, ଜିଲ୍ଲା କାର୍ଯ୍ୟାଳୟରେ ଗତ ୧୦ ଜୁଲାଇ ମାସ ୧୦ ତାରିଖରେ ନିଷ୍ପତ୍ତି ହୋଇଥିବା ଅନୁସାରେ ପୋଖରୀର ସମସ୍ତ ପଙ୍କ ମାଟି ଚତୁର୍ପାଶ୍ୱ ସଂକୁଚିତ ନ କରି ବାହାରକୁ ନିଷ୍କାସନ ହେବ ବୋଲି କୁହାଯାଇଥିଲା । ଯାହାଫଳରେ ସୁରକ୍ଷା ସମିତି ଡାକରା ଦେଇଥିବା "ଢେଙ୍କାନାଳ ବନ୍ଦ’ ସ୍ଥଗିତ ରହିଥିଲା । ମାତ୍ର ବର୍ଷା ଯୋଗୁଁ ପଙ୍କ ମାଟି ବାହାର କରାଯାଇ ନଥିଲା । ବର୍ତ୍ତମାନ ପୌରପାଳିକା ଉଦେ୍ଦଶ୍ୟମୂଳକ ଭାବେ ୨୬ଏକର ପରିମିତ ବିରାଟ ପୋଖରୀକୁ ସଂକୁଚିତ କରି ତାର ଆୟତନ କମ୍ କରୁଛନ୍ତି । ଯଦି ଏହି ଜଳାଶୟର ଆୟତନ ସଂକୁଚିତ କରାଯିବ ଆଗାମୀ ପିଢ଼ିର ଢେଙ୍କାନାଳ ସହରବାସୀ ପାଣି ପାଇଁ ଛଟପଟ ହେବେ । ତେଣୁ ପ୍ରଶାସନର ତାର ପୂର୍ବ ନିଷ୍ପତ୍ତିରେ କାୟମ ରହି ସମସ୍ତ ପଙ୍କ ମାଟିକୁ ଚତୁପାଶ୍ୱର୍ରେ ନ ପକାଇ ତୁରନ୍ତ ବାହାରକୁ ନିଷ୍କାସନ କରିବାକୁ ଦାବି କରାଯାଇଛି । ଏବଂ ଏହି କାର୍ଯ୍ୟ ତିନି ଦିନ ମଧ୍ୟରେ କରା ନଗଲେ ସମସ୍ତ ସହରବାସୀଙ୍କୁ ସଚେତନ କରାଯାଇ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ସୁରକ୍ଷା ସମିତିର ସଭାପତି ପଙ୍କଜ ନାୟକ, ସମ୍ପାଦକ ଅଶୋକ ସ୍ୱାଇଁ, ଆବାହକ ପ୍ରଶାନ୍ତ କୁମାର ମିଶ୍ର, ଭରତ କୁମାର ଦାସ, ଉଦୟନାଥ ବେହେରା, ବିକାଶ ସ୍ୱାଇଁ, ମନ୍ମଥ ରାଓ, କେଶବ ବେହେରା, ଅବିନାଶ ସାହୁ, ଦିଲ୍ଲୀପ କୁମାର ରାଉତ, କିଶୋର ଚନ୍ଦ୍ର ବେହେରା, ରୁଦ୍ରାନ୍ତ ଦଳେଇ, ସୁବ୍ରତ ହୋତା, ଗୋକୁଳାନନ୍ଦ ମାଝୀ, ଅମ୍ବିକା ପ୍ରସାଦ ମିଶ୍ର, ସୁଜିତ ବେହେରା, ଅଭିମନୁ୍ୟ ବେହେରା, ଅନିଶ ବିଶ୍ୱାଳ, ବିବେକାନନ୍ଦ ଷଡ଼ଙ୍ଗୀ, ପ୍ରଭାତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।