ବିହାରକୁ ୭ ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ମୋଦି
ନୂଆଁଦିଲ୍ଳୀ/ଏଜେନ୍ସି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମୋତିହାରୀରେ ୭ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଭୂମିରୁ ପ୍ରେରଣା ଏବେ ବିହାରର ନୂତନ ଭବିଷ୍ୟତ ଗଢ଼ିବ । ସଂଯୋଗୀକରଣ ବୃଦ୍ଧି ଏବଂ ଭିତ୍ତିଭୂମି ବିକାଶ କରିବା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଦେଶକୁ ଅନେକ ରେଳ ପ୍ରକଳ୍ପ ଉସôର୍ଗ କରିଥିଲେ । ରେଳ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପାଟଳିପୁତ୍ରରେ ବନେ୍ଦ ଭାରତ ଟ୍ରେନଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଭିତ୍ତିଭୂମିର ବିକାଶ ଅନ୍ତର୍ଭୁକ୍ତ । ଏହି କ୍ଷେତ୍ରରେ ସଡ଼କ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ଏନଏଚ-୩୧୯ ର ଆରା ବାଇପାସର ଚାରି ଲେନ ପାଇଁ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ୮୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ଏନଏଚ-୩୧୯ର ପାରାରିଆରୁ ମୋହନିଆ ପର୍ଯ୍ୟନ୍ତ ଚାରି ଲେନ ସେକ୍ସନକୁ ମଧ୍ୟ ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ଦରଭଙ୍ଗାରେ ନୂତନ ସଫ୍ଟୱେର୍ ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ)ର ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ଗୃହ ପ୍ରବେଶ ଅଧୀନରେ ୧୨,୦୦୦ ହିତାଧିକାରୀଙ୍କୁ ଚାବି ପ୍ରଦାନ କରିଥିଲେ ।