ବ୍ଲକ ବୈଠକରେ ଠେଲାପେଲା
ଆସିକା : ଆସିକା ବ୍ଲକରେ ଆଜି ଅନୁଷ୍ଠିତ ପଞ୍ଚାୟତ ସମିତି ଅଧିବେଶନରେ ହାଇଭୋଲଟ ରାଜନୀତି ଦେଖିବାକୁ ମିଳିଛି । ପୂର୍ବ ନିର୍ଦ୍ଧାରିତ ପ୍ରକାରରେ ଶୁକ୍ରବାର ବୈଠକ ଅନୁଷ୍ଠିତ ପାଇଁ ବ୍ଲକ ଚିଠି କରିଥିଲା । ଆସିକା ବିଧାୟକ ବୈଠକ ନିମନ୍ତେ ଆସି ବିଡ଼ିଓ ଚ୍ୟାମ୍ବରରେ ବସିଲେ । କିନ୍ତୁ ସଠିକ ସମୟରେ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ ମଧ୍ୟ ବୈଠକ ଆରମ୍ଭ ହୋଇ ନଥିଲା ।
ପଞ୍ଚାୟତ ସମିତି ବୈଠକ ବିଳମ୍ବ ଦେଖି ବିଧାୟକ ରୁଷି ଚାଲି ଆସିଲେ । ଆସିକା ସାଂସଦ ଅନିତା ଶୁଭଦର୍ଶନୀ ପଞ୍ଚାୟତ ସମିତି ବୈଠକରେ ପହଞ୍ଚôଥିଲେ । ପରେ ପଞ୍ଚାୟତ ପ୍ରତିନିଧି ମାନେ ସଭା ହଲରେ ଉପସ୍ଥିତ ରହି ମିଟିଙ୍ଗ ଆରମ୍ଭ ହେବାକୁ ପ୍ରସ୍ତୁତ ହେବା ବେଳକୁ ବିଡ଼ିଓ ବୈଠକରେ ଉପସ୍ଥିତ ନ ରହିବା ପାଇଁ କହିଥିଲେ । ପୁଣି ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ମିଶି ବିଡ଼ିଓ ଚ୍ୟାମ୍ବରକୁ ଆସି ବିଡ଼ିଓ ଲିପିନା ଦାସଙ୍କୁ ବୈଠକକୁ ପାଛୋଟି ନେଇଥିଲେ । ଆସିକା ବ୍ଲକ ଜି ପି ଡି ଓ ରାଜଶ୍ରୀ ସାହୁ ସ୍ୱାଗତ ଭାଷଣ ଦେଇ ବୈଠକ ଆରମ୍ଭ କରିଥିଲେ । ଆରମ୍ଭ ଜଳ ଓ ପରିମଳ ବିଷୟ ଆଲୋଚନା ଆରମ୍ଭରୁ ବିଡ଼ିଓ ମହୋଦୟା ଅନେକ ପଞ୍ଚାୟତ ପ୍ରତିନିଧିଙ୍କୁ ପାତର ଅନ୍ତର ନୀତି ଉପରେ ହଙ୍ଗାମା ହୋଇଥିଲା । ହଠାତ ବୈଠକ ଆରମ୍ଭର କିଛି ସମୟରେ ପରେ ବିଡ଼ିଓ ଦେହ ଅସୁସ୍ଥ ହେତୁ ପଳାଇବାକୁ ଅନୁରୋଧ କରିଥିଲେ । ବିଡ଼ିଙ୍କ ଅନୁପସ୍ଥିତ କହିବାକୁ ଅନେକ ପ୍ରତିନିଧି ଏହାକୁ ନାପସନ୍ଦ କରିଥିଲେ । ଏହା ପରେ ବିଡ଼ିଓ ସଙ୍ଗେ ସଂଗେ ଏବିଡ଼ିଓ ପ୍ରିୟମ୍ବଦା କଁଅର ଉପସ୍ଥିତ ପରେ ବିଡ଼ିଓ ଚାଲିଯାଇଥିଲେ । ଏହାପରେ ବୈଠକ ପଞ୍ଚାୟତ ସମିତି ଅଧକ୍ଷା ତ୍ରିବେଣୀ ନାହାକଙ୍କ ପୌରହିତ୍ୟରେ ପାନୀୟ ଜଳ, ବିଦୁ୍ୟତ,ମହିଳା ଓ ଶିଶୁ ବିକାଶର ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ସ୍ୱାସ୍ଥ୍ୟ ବିଭାଗର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସେବା ଉପରେ ଆଲୋଚନା, ପୃଷ୍ଟିକର ଯୋଜନା, ନିମ୍ନ ମାନର ଛତୁଆ ଉପରେ ଆଲୋଚନା ହୋଇଥିଲା । ରାସନ କାର୍ଡ, ସାମାଜିକ ସୁରକ୍ଷା ଉପରେ ଆଲୋଚନା ହୋଇ ସଭା ଶେଷ ହୋଇଥିଲା । ବଡ଼ ଆଶ୍ଚଯ୍ୟର କଥା ଯେ, ପଂଚାୟତ ସମିତି ବୈଠକ ରେ ଶିକ୍ଷା ବିଭାଗ, କୃଷି, ମସ୍ୟ, ଶିଳ୍ପ ସହିତ ନିଜସ୍ୱ ବିଭାଗର, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ହେତୁ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ, ପଞ୍ଚମ ରାଜ୍ୟ ଅର୍ଥ କମିଶନ ଏବଂ ମନରେଗା ବିଷୟ ଆଲୋଚନା ହୋଇ ପାରିଲା ନାହିଁ । ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅନେକ ସ୍ଥାନରେ ଅଣ ଦେଖା ହେଉଥିବା ସହ ଅନେକ ପ୍ରତିନିଧି ମାନଙ୍କ ଦୀର୍ଘ ଦିନର ବହୁ ବିଧ ସମସ୍ୟା ପଚାରିବାକୁ ଚାଁହୁଥିଲେ ମଧ୍ୟ ପଚାରିପାରିଲେ ନାହିଁ । ଅନ୍ୟ ପଟେ ବିଧାୟକ ଥିବା ସମୟରେ ବୈଠକ ଆରମ୍ଭ ହୋଇ ନଥିବାରୁ ଅଳ୍ପ କେତେକ ସରପଞ୍ଚ, ସମିତି ସଭ୍ୟ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ଶେଷରେ ସାଂସଦ ପଞ୍ଚାୟତରେ ରାଜନୀତି କରନ୍ତୁ ନାହିଁ ବିକାଶ ପାଇଁ ଦଳ ଆବଶ୍ୟକ ନାହିଁ କି ହିତାଧିକାରୀଙ୍କ କାମ କଲା ବେଳେ ଜାତି ଦେଖିବା ନାହିଁ ବୋଲି କହିଥିଲେ ।