ବ୍ୟବସାୟୀଙ୍କୁ ଗୁଳିମାଡ
ଭଦ୍ରକ: ବ୍ୟବସାୟୀଙ୍କୁ ଗୁଳି ମାଡ଼ କରି ଚମ୍ପଟ ହୋଇଯାଇଛନ୍ତି ଲୁଟେରା । ଭଦ୍ରକ ଚରମ୍ପା ଠାରେ ଘଟିଥିବା ଏହି ଗୁଳିକାଣ୍ଡ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟା ପ୍ରାୟ ୮ଟାରେ ଚରମ୍ପାର ଗୋଖାଦ୍ୟ ବ୍ୟବସାୟୀ ପ୍ରଭାକର ପାତ୍ରଙ୍କ ପୁଅ ବିଦ୍ୟାଧର ଦୋକାନ ବନ୍ଦ କରି ଟଙ୍କା ବ୍ୟାଗ ନେଇ ଘରକୁ ଯାଉଥିଲେ । ତେବେ ଚରମ୍ପା ଛକ ଅନତି ଦୂର ବେଲମଳା ଏନଏଚ ପାର୍ଶ୍ୱବର୍ତ୍ତୀ ତାଙ୍କ ଘରକୁ ଯିବାକୁ ବାଇକରୁ ଓହ୍ଲାଉଥିବାବେଳେ ପଛରୁ ଏକ ସ୍ପିଡ଼ ବାଇକରେ ୩ ଜଣ ଆସି ଦୁଇ ରାଉଣ୍ଡ ଗୁଳି ମାଡ଼ କରିଥିଲେ । ଗୋଟିଏ ଗୁଳି ତାଙ୍କ ପେଟରେ ବାଜିଥିଲା । ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚିକôାର କରୁଥିବାବେଳେ ଦୁର୍ବୃତ୍ତମାନେ ତାଙ୍କ ହାତରୁ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ । ଏହି ଖବର ଜଣାପଡ଼ିବା ପରେ ଘର ଲୋକେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଆଣି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ସମ୍ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପୁଲିସ ଏବେ ଘଟଣାର ଛାନଭିନ ଆରମ୍ଭ କରିଦେଇଛି । ଜାତୀୟ ରାଜପଥରେ ବି ଜୋରଦାର ଚେକିଂ କରାଯାଇଛି । ଘଟଣା ସ୍ଥଳରେ ଟାଉନ ଥାନା ଅଧିକାରୀଙ୍କ ସହିତ ଏସପି ମଧ୍ୟ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।