ଅଶାନ୍ତ ଉତ୍କଳ ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍
ବାଣୀବିହାର ପୁଣି ଅଶାନ୍ତ । ଉତ୍କଳ ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ପକ୍ଷରୁ ଦୁଇଜଣ ଆହତ ହୋଇଛନ୍ତି । ଜଣେ ଆହତ ଛାତ୍ରଙ୍କୁ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି । ବିଶ୍ବବିଦ୍ୟାଳୟ ପରିସରରେ ଥିବା ସେଣ୍ଟ୍ରାଲ କ୍ୟାଣ୍ଟିନ ବାହାରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଓ ପରେ ହାତାହାତି ହୋଇଥିଲା । ସଂଘର୍ଷ ନେଇ ଉଭୟ ପଟୁ ଥାନାରେ ମାମଲା ରୁଜୁ ହୋଇଛି । ବିଶ୍ବବିଦ୍ୟାଳୟରେ ଏବେବି ଚାପା ଉତ୍ତେଜନା ଲାଗି ରହିଛି । କ୍ୟାମ୍ପସରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉଭୟଙ୍କ ପକ୍ଷରୁ ସହିଦ୍ ନଗର ଥାନାରେ ଅଭିଯୋଗ ମଧ୍ୟ ହୋଇଛି ।