ବ୍ୟାଙ୍କ ସମ୍ମୁଖରୁ ବାଇକ ଚୋରି
ସୁକିନ୍ଦା : ଷ୍ଟେଟ ବ୍ୟାଙ୍କ ଶାଖା ସମ୍ମୁଖରୁ ଏକ ବାଇକ ଚୋରି ହୋଇଛି । ସୂଚନା ମୁତାବକ କାଳିଆପାଣି ଥାନା ଅନ୍ତର୍ଗତ କାଦୁଅବନ୍ଦୀ ଗ୍ରାମ ନେତ୍ରମଣି ମହାନ୍ତ ସୁକିନ୍ଦା ଷ୍ଟେଟ ବ୍ୟାଙ୍କ ଶାଖା ସମ୍ମୁଖରେ ବାଇକ ରଖି ଏଟିଏମ୍ରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ଏଟିଏମରୁ ଫେରିବା ପରେ ନେତ୍ରମଣି ତାଙ୍କ ବାଇକ ନଥିବା ଦେଖି ଖୋଜାଖୋଜି କରି ନିରାଶ ହୋଇ ଥାନାରେ ଅଭିଯୋଗ କରିଛନ୍ତି ।