ପୁଅ ହତ୍ୟାକାରୀ ବାପା କୋର୍ଟ ଚାଲାଣ
କବାଟବନ୍ଧ : ଜେନାପୁର ପୁଲିସ ପୁଅ ହତ୍ୟାକାରୀ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟାକାରୀ ଏଣ୍ଡଳବା ପଞ୍ଚାୟତ ବିଛାଖଣ୍ଡି ଶବସାହି ଗ୍ରାମର କଣ୍ଠ ନାୟକ (୬୫) ହୋଇଥିବା ବେଳେ ପୁଲିସ ମାମଲା ନଂ ୩୩୨/୨୫ରେ ଚଣ୍ଡିଖୋଲ କୋର୍ଟ ଚାଲାଣ କରିଥିବା ସହିତ ମାରଣାସ୍ତ୍ର ଜବତ କରିଛି । ଖବର ଥାଉକି ମଙ୍ଗଳବାର ସନ୍ଧ୍ୟା ସାଢେ ୭ଟା ସମୟରେ କଣ୍ଠ ନିଜ ପୁଅ ଶମ୍ଭୁ (୩୨)ଙ୍କ ମଧ୍ୟରେ ପାରିବାରିକ ସମସ୍ୟାକୁ ନେଇ ପାଟିତୁଣ୍ଡ ହୋଇଥିଲା । କଣ୍ଠ ଉତକ୍ଷିପ୍ତ ହୋଇ ଏକ ଧାରୁଆ କଟୁରୀରେ ପୁଅ ଶମ୍ଭୁର ବେକକୁ ଆକ୍ରମଣ କରିଥିଲା । ଶମ୍ଭୁକୁ ପରିବାର ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ମେଡିକାଲରେ ଭର୍ତି କରିଥିଲେ । ମାତ୍ର ଡାକ୍ତର ଶମ୍ଭୁକୁ ମୃତ ଘୋଷଣା କରିଥିଲେ ।