ନୂଆପଡ଼ା ଉପନିର୍ବାଚନ : ଘାସିରାମଙ୍କୁ ଟିକେଟ୍ ଦେଲା କଂଗ୍ରେସ

ଘାସିରାମ ମାଝୀଙ୍କ ନାମ ଉପରେ ମୋହର ଲଗାଇଛି ଏଆଇସିସି । ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଘାସିରାମଙ୍କୁ ପ୍ରାର୍ôଥତ୍ୱକୁ ଅନୁମୋଦନ ଦେଇଛନ୍ତି । ଆଗାମୀ ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଘାସିରାମ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ । ଗତ ୨୦୨୪ ନିର୍ବାଚନରେ ଘାସିରାମଙ୍କୁ କଂଗ୍ରେସ ଟିକେଟ୍ ନଦେବାରୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ସ୍ୱାଧିନ ଭାବେ ଲଢ଼ିଥିଲେବି ଆଦିବାସୀ ନେତାମାନଙ୍କ ସହଯୋଗରେ ସେ ପ୍ରାୟ ୫୧ ହଜାର ଭୋଟ୍ ହାତେଇଥିଲେ । ଯେତେବେଳେକି କଂଗ୍ରେସ ପ୍ରାର୍ଥୀ ତଥା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ୧୫ ହଜାର ଭୋଟ୍ ମିଳିଥିଲା । ତେଣୁ କଂଗ୍ରେସ ଭଲ ଲଢେ଼ଇ କରିବ ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରୁଛନ୍ତି ।