ମଦ୍ୟପ ଚାଳକଙ୍କ ଠାରୁ ୯୫ହଜାର ଜରିମାନା

ପାଣିକୋଇଲି  : ଯାଜପୁର ପରିବହନ ବିଭାଗ ଓ ପୁଲିସ ମିଳିତ ସହଯୋଗରେ ପାଣିକୋଇଲି ବଜାରରେ ମଦ୍ୟପ ଚାଳକଙ୍କୁ ଯାଞ୍ଚ କରାଯାଇ ୮ଟି ଗାଡିରୁ ୯୫ହଜାର ଟଙ୍କା ଜରିମାନା ଅଦାୟ କରାଯାଇଛି । ଚଢାଉରେ ଜୁନିୟର ଏମଭିଆଇ ପ୍ରତିଶୃତି ମଲ୍ଲିକ, ସୁରେଶ କୁମାର ପତି, ରାଜେଶ ମଙ୍ଗରାଜ, ଥାନା ଏଏସଆଇ ଶରତ ଚନ୍ଦ୍ର ବେହରାଙ୍କ ସମେତ କର୍ମଚାରୀ ଉପସ୍ଥିତ ଥିଲେ ।